Latest Odisha News

BREAKING NEWS

ଦେଶଠୁ ରାଜ୍ୟରେ ମୃତ୍ୟୁ ହାର କମ୍‌, ରାତି ସୁଦ୍ଧା ପୂରା ହେବ ଲକ୍ଷେ ଟେଷ୍ଟ: ଅସିତ ତ୍ରିପାଠୀ

ଭୁବନେଶ୍ୱର: ଦେଶ ତୁଳନାରେ ରାଜ୍ୟରେ କମ୍ ରହିଛି ମୃତ୍ୟୁ ହାର । ଦେଶରେ ସଂକ୍ରମିତଙ୍କ ମୃତ୍ୟୁ ହାର ୩.୧୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୦.୪୬ ପ୍ରତିଶତ ରହିଛି । ଏହି ମୃତ୍ୟୁହାର ଦେଶରେ ସର୍ବନିମ୍ନ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସେ ଆହୁରି କହିଛନ୍ତି ଯେ, ଆଜି ରାତି ସୁଦ୍ଧା  ଓଡ଼ିଶାରେ ଲକ୍ଷେ ଟେଷ୍ଟ ପୂରା ହେବ । ଦେଶରେ ଏଯାଏଁ ୨୩ ଲକ୍ଷ ଟେଷ୍ଟ ହୋଇଛି । ଦେଶରେ ୨୩.୯୩ ନମୁନା ପରୀକ୍ଷଣରେ ଗୋଟିଏ ପଜିଟିଭ୍ କେସ୍ ଆସୁଛି । ରାଜ୍ୟରେ ୧୦୯ଟି ନମୁନା ପରୀକ୍ଷା ପରେ ଗୋଟିଏ ପଜିଟିଭ୍ କେସ୍ ମିଳୁଛି। ଏଥିସହ ଭୁବନେଶ୍ୱର ମହାନଗର ନିଗମରେ ଏବେ କରୋନା ପଜିଟିଭ୍ କେସ୍ ନାହିଁ ବୋଲି ସେ କହିଛନ୍ତି ।

ଭାରତ ସରକାରଙ୍କ ମାନଦଣ୍ଡ ଠାରୁ କଠିନ ମାନଦଣ୍ଡ ରାଜ୍ୟରେ ଆପଣାଯାଉଛି । ରାଜ୍ୟରେ ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ହୋଇଛି । ୮୭୬ଟି ସଂକ୍ରମଣ ମାମଲାରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୭୫୪ଟି କେସ୍ ଆସିଛି । ୧୨୨ଟି ସଂକ୍ରମଣ ସମ୍ପର୍କରେ ଆସି ହୋଇଛି। ଦେଶ ସହ ରାଜ୍ୟରେ ଆଜିଠୁ ଚତୁର୍ଥ ପର‌୍ୟ୍ୟାୟ ଲକଡାଉନ୍ ଲାଗୁ ହୋଇଛି । ଏହା ମେ ୩୧ ପର‌୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତ ।

Leave A Reply

Your email address will not be published.