Latest Odisha News

BREAKING NEWS

ବାଲେଶ୍ୱରରେ ବାତ୍ୟା ମୁକାବିଲାର ସମୀକ୍ଷା କଲେ ଡିଜିପି

ବାଲେଶ୍ୱର: ବାତ୍ୟା ଅମ୍ଫାନ ମୁକାବିଲା ଲାଗି ବାଲେଶ୍ୱର ଜିଲ୍ଲା ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଅମ୍ଫାନରେ ବାଲେଶ୍ୱର ଅଧିକ ପ୍ରଭାବିତ ହେବାକୁ ଥିବାରୁ ଜିଲ୍ଲା ପାଇଁ ୩ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ ଟିମକୁ ପ୍ରାଥମିକ ପର୍ଯ୍ୟାୟରେ ମୁତୟନ କରାଯାଇଛି ।

ଆବଶ୍ୟକ ପଡ଼ିଲେ ଅଧିକ ୨୦ଟି ଓଡ୍ରାଫ ଟିମକୁ ମଧ୍ୟ ନିୟୋଜନ କରାଯାଇପାରିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ସେହିଭଳି ବାଲେଶ୍ୱର ଜିଲ୍ଲାର ନିଜସ୍ୱ ଅଗ୍ନିଶମ ବାହିନୀ ବ୍ୟତୀତ ବାହାରୁ ମଧ୍ୟ ୧୫ଟି ଅଗ୍ନିଶମ ବାହିନୀ ଆସିଛନ୍ତି । ଉଭୟ ଜିଲ୍ଲାପାଳ ଏବଂ ଏସପି ମିଶିକରି ବାତ୍ୟା ମୁକାବିଲାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ବିଭିନ୍ନ ବ୍ଲକରେ ଟିମ ମାନଙ୍କୁ ନିୟୋଜନ କରିବାକୁ ଦେଇଛନ୍ତି ପରାମର୍ଶ ।

ବାଲେଶ୍ୱର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ବ୍ୟବହାର କରୁଥିବା ଗଛକଟା ମେସିନ, ହାଇମାସ୍କ ଲାଇଟ, ଜେନେରେଟର ଭଳି ୟନ୍ତ୍ରପାତିର ତଦାରଖ କରିବା ସହ ସମ୍ପୂର୍ଣ୍ଣ ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ସନ୍ଧ୍ୟାରୁ ଜିଲ୍ଲାର ୧୨ଟି ବ୍ଲକରୁ ଭୋଗରାଇ, ବାଲିଆପାଳ ଭଳି ସମ୍ୱେଦନଶୀଳ ବ୍ଲକର ସମୁଦ୍ରକୂଳିଆ ଓ ତଳିଆ ଅଞ୍ଚଳରୁ ଲୋକଙ୍କ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଭୟ । ଏହି ସମୀକ୍ଷା ସମୟରେ ଡିଜିପିଙ୍କ ସହ ଆଇଜି ଦିପ୍ତେଶ ପଟ୍ଟନାଯକ ଓ ଏସପି ୟୁଗଳ କିଶୋର ଉପସ୍ଥିତ ଥିଲେ ।

Leave A Reply

Your email address will not be published.