Latest Odisha News

BREAKING NEWS

ଓଡ଼ିଶାରେ ୫ ଜିଲ୍ଲାରେ ମାଡୁଛି କରୋନା, ଖୁବଶୀଘ୍ର ଫେରିପାରେ କଟକଣା

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ସଂକ୍ରମଣ ପାଖାପାଖି ଦୁଇ ଗୁଣା ବଢ଼ିଛି । ଗତକାଲି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୮୦ ଥିଲା । ଆଜି ୧୨ଶହ ପାର କରିଛି । ଦ୍ରୁତ କାୟା ମେଲାଉଛି କରୋନା । ଏଭଳି ମାଡ଼ିଲେ ଚଳିତମାସରେ ସଂକ୍ରମଣ ପିକ୍ ଛୁଇଁବା ଆଶଙ୍କା କରାଯାଉଛି । ଓଡ଼ିଶା ଚିନ୍ତା ବଢ଼ିଇଛି ୫ ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ୱଲପୁର, କଟକ ଓ ଯାଜପୁର । ଏସବୁ ଜିଲ୍ଲାର ପ୍ରଥମ ଓ ଦ୍ୱିତୀୟ ଲହରରେ ବି ଦୈନିକ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
୫ ଜିଲ୍ଲାରୁ ୭୦% ଦୈନିକ ଆକ୍ରାନ୍ତ
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ସଂକ୍ରମିତ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୧୬୬, ସମ୍ୱଲପୁରରୁ ୯୯, କଟକରୁ ୮୦ ଓ ଯାଜପୁର ଜିଲ୍ଲାରୁ ୪୭ ଜଣ ସଂକ୍ରମିତ ହୋଇଛନ୍ତି । ଏହି ୫ ଜିଲ୍ଲାରୁ କେବଳ ୮୪୮ ପଜିଟିଭ୍ ବାହାରିଛି । ଯାହାକି ମୋଟ୍ ଆକ୍ରାନ୍ତଙ୍କର ପାଖାପାଖି ୬୯.୭୩ ପ୍ରତିଶତ । ଆଗକୁ ଏସବୁ ଜିଲ୍ଲାରେ କରୋନା ମୁକାବିଲା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ ।
କନ୍ଧମାଳ ଓ ମାଲକାନଗିରିରୁ ନୂଆ ଆକ୍ରାନ୍ତ ଶୂନ
୧୦ ଦିନ ତଳେ କେବଳ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ଦୁଇ ଅଙ୍କ ଉପରେ ରହୁଥିଲା । ଆଜି ସୁଦ୍ଧା ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ସଂକ୍ରମଣ ତିନି ଅଙ୍କ ପାର କରିଛି । ସେହିପରି ୧୧ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି । ୨୮ ଜିଲ୍ଲାରୁ ଆଜି ପଜିଟିଭ୍ ବାହାରିଛନ୍ତି । କେବଳ କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

BjdElectrycity

କରୋନାର ପ୍ରଥମ ଲହର ପିକ୍ ବେଳେ ଓଡ଼ିଶାରେ ଦୈନିକ ସଂକ୍ରମଣ ପାଖାପାଖି ୪୦୦ ରହିଥିଲା । ସେକେଣ୍ଡ ଓ୍ୱେଭେ ବେଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଥିଲା । ଏଥର ତୃତୀୟ ଲହର ଆସିବା ଆଗରୁ ସଂକ୍ରମଣ ହଜାରେ ପାର କରିଛି । ଓମିକ୍ରନ୍ ଯୋଗୁ ଦ୍ରୁତ ମାଡୁଛି କରୋନା । ଲୋକାଲ୍ କଣ୍ଟାକ୍ଟ କେସ୍ ବି ବଢୁଛି ।

ଆଗକୁ ଅଧିକ ହେବ ସଂକ୍ରମଣ । ଗତକାଲି ସ୍ଥିତି ସମୀକ୍ଷା କରି ୧୦ ଦିନ ଭିତରେ ସବୁ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଲୋକଙ୍କ ଜୀବିକାଙ୍କୁ ଗୁରୁତ୍ୱ ଦେଇ କଟକଣା ଜାରି କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.