Latest Odisha News

BREAKING NEWS

କରୋନା ନ୍ୟୁ ଷ୍ଟ୍ରେନ୍‌; ଏପର୍ଯ୍ୟନ୍ତ ମୋଟ ୯୬ ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ବ୍ରିଟେନରେ ମିଳିଥିବା କରୋନା ଭାଇରସର ନୂତନ ଷ୍ଟ୍ରେନ୍‌ରେ ଆଉ ୬ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଏହି କରୋନା ନୂତନ ଷ୍ଟ୍ରେନ୍‌ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୬ ରେ ପହଞ୍ଚିଛି। ଶନିବାର ସୁଦ୍ଧା ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୦ ଥିଲା। ସମସ୍ତ ସଂକ୍ରମିତଙ୍କୁ ଅଲଗା କୋଠରୀରେ ପୃଥକ୍‌ ରଖାଯାଇଛି।। ଏହାପୂର୍ବରୁ ରବିବାର ଦିନ କରୋନା ନୂଆ ଷ୍ଟ୍ରେନ୍ ସଂକ୍ରମିତ ହେବାର କୌଣସି ନୂଆ ମାମଲା ମିଳି ନଥିଲା।

ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଏହା ବ୍ୟତୀତ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଯାତ୍ରୀ ଏବଂ ପରିବାର ସଦସ୍ୟଙ୍କ ଅନୁସନ୍ଧାନ କରାଯାଉଛି। ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ୍ ଏବଂ ସିଙ୍ଗାପୁର ସମେତ ଅନେକ ଦେଶରେ କରୋନା ନୂତନ ଷ୍ଟ୍ରେନ୍ ମାମଲା ଦେଖିବାକୁ ମିଳିଛି।

Comments are closed.