Latest Odisha News

ସାମ୍‌ନାକୁ ଆସିଲା ଫିଲ୍ମ ‘ଦି ଇମୋର୍‌ଟାଲ୍‌ ଅଶ୍ୱତ୍‌ଥାମା’ର ପ୍ରଥମ ଲୁକ୍‌

ନୂଆଦିଲ୍ଲୀ: ୨୦୧୯ ରେ ବହୁ ସଫଳ ଚଳଚ୍ଚିତ୍ର ‘ଉରି- ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ ପରେ ନିର୍ଦ୍ଦେଶକ ଆଦିତ୍ୟ ଧର ଭିକି କୌଶଲଙ୍କ ସହ ନୂଆ ଚଳଚ୍ଚିତ୍ର ‘ଦି ଇମୋର୍‌ଟାଲ୍‌ ଅଶ୍ୱତ୍‌ଥାମା’ ଘୋଷଣା କରିଥିଲେ। ଉରିର ଦ୍ୱିତୀୟ ବାର୍ଷିକୀରେ ମୁକ୍ତିଲାଭ କରିଥିବା ଫିଲ୍ମର ପ୍ରଥମ ଲୁକ୍‌ର ଝଲକ ଦେଖିବାକୁ ମିଳିଛି।

ଭିକି କୌଶଲ ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକର ଦ୍ୱିତୀୟ ବାର୍ଷିକୀରେ ଇମୋର୍‌ଟାଲ୍‌ ଅଶ୍ୱତ୍‌ଥାମାର ଝଲକ ରିଲିଜ୍ ହୋଇଛି। ଏହି ଫିଲ୍ମରେ ଭିକିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁଭାଲା ଦ୍ୱାରା ନିର୍ମିତ ହେଉଛି।

ଦି ଇମୋର୍‌ଟାଲ୍‌ ଅଶ୍ୱତଥାମାଙ୍କ ବ୍ୟତୀତ ଭିକି କୌଶଲ ଫିଲ୍ଡ ମାର୍ଶଲ ସାମ ମନେକଶାଙ୍କ ବାୟୋପିକ ଏବଂ ବିପ୍ଳବୀ ସର୍ଦ୍ଦାର ଉଦାମ ସିଂଙ୍କ ଉପରେ ଆଧାରିତ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି।

Leave A Reply

Your email address will not be published.