Latest Odisha News

BREAKING NEWS

କରୋନା ସରିଗଲାନି ହେଲେ ମମତା ଦିଦି ଲକଡାଉନ୍ ଲଗାଉଛନ୍ତି!

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଏକ ର‌୍ୟାଲି ବୋଳେ ସେ କହିଛନ୍ତି ଯେ କରୋନା ସରିଗଲା ନି! ହେଲେ ମମତା ବାନାର୍ଜି ଲକଡାଉନ୍ ଲଗାଉଛନ୍ତି । ଯାହା ଫଳରେ ପଶ୍ଚିମବଙ୍ଗରେ ବିଜେପି କୌଣସି ବୈଠକ ବା ର‌୍ୟାଲି କରିପାରିବ ନାହିଁ ।

ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ ସେପ୍ଟେମ୍ବର ୯ ତାରିଖରେ ପଶ୍ଚିମବଙ୍ଗରେ ଏକ ର‌୍ୟାଲି ବେଳେ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି ଯେ କରୋନା ସରିଗଲା ନି! ଦିଦିମୋନି ଲକଡାଉନ୍ ଲଗାଉଛନ୍ତି । ଯାହା ଫଳରେ ପଶ୍ଚିମବଙ୍ଗରେ ବିଜେପି କୌଣସି ବୈଠକ ବା ର‌୍ୟାଲି ଆୟୋଜିତ କରିପାରିବ ନାହିଁ । ହେଲେ ଆମକୁ କେହି ରୋକିପାରିବେ ନାହିଁ ।

ଏହା ପୂର୍ବରୁ ଗତ ଗୁରୁବାର ଦିନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମମତାଙ୍କ ଉପରେ ଜୋରଦାର ବର୍ଷିଥିଲେ । ଏପରିକି ପଶ୍ଚିମବଙ୍ଗରେ ହିନ୍ଦୁ ବିରୋଧି ମାନସିକତାରେ କାମ କରାଯାଉଛି ବୋଲି ସେ ଆକ୍ଷେପ ମଧ୍ୟ କରିଥିଲେ ।

Leave A Reply

Your email address will not be published.