Latest Odisha News

ଗେଟ ପରୀକ୍ଷା ୨୦୨୧: ଖୋଲିଲା ଆଡମିଶନ ପୋର୍ଟାଲ, ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ ଅନଲାଇନ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ (ଆଇଆଇଟି ବମ୍ବେ) ଗେଟ ୨୦୨୧ ପାଇଁ ଅନଲାଇନ ରେଜିଷ୍ଟ୍ରେସନ୍ ପାଇଁ ଆବେଦନ ଆରମ୍ଭ କରିଛି । ଆଗ୍ରହୀ ପ୍ରାର୍ଥୀ ସେପ୍ଟେମ୍ବର ୧୦ ରୁ ଅକ୍ଟୋବର ୭, ୨୦୨୦ ମଧ୍ୟରେ appsgate.iitb.ac.in ମାଧ୍ୟମରେ ଆବେଦନ କରି ପାରିବେ ।

ଗେଟ (GATE) ପରୀକ୍ଷା ଫେବୃଆରୀ ୫-୭ ଏବଂ ଫେବୃଆରୀ ୧୨-୧୩ ମଧ୍ୟରେ ଅନୁଷ୍ଠିତ ହେବ | ଆଡମିଶନ ପରୀକ୍ଷା ଦୁଇଟି ସିଫ୍ଟରେ କମ୍ପ୍ୟୁଟର ଆଧାରିତ ମୋଡରେ କରାଯିବ ।

ଆଇଆଇଟି ବମ୍ବେ ର ସୂଚନା ଅନୁଯାୟୀ, ପ୍ରାର୍ଥୀମାନେ ନିୟମିତ ଫି ସହିତ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ | ତଥାପି, ଅତିରିକ୍ତ ବିଳମ୍ବ ଶୁଳ୍କ ସହିତ ପଞ୍ଜୀକରଣ ଅକ୍ଟୋବର ୭,୨୦୨୦ ରେ ଶେଷ ହେବ ।

ଗେଟ ର ୨୦୨୧ ସଂସ୍କରଣରେ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ କରିଛି । ଦୁଇଟି ନୂତନ ବିଷୟ ଯଥା ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ, ଏବଂ ମାନବିକତା ଓ ସାମାଜିକ ବିଜ୍ଞାନ ଯୋଡ଼ା ଯାଇଛି । ଗେଟ ୨୦୨୧ ର ନୂତନ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ, ସ୍ନାତକୋତ୍ତର ପ୍ରୋଗ୍ରାମର ତୃତୀୟ ବର୍ଷର ଛାତ୍ରମାନେ ମଧ୍ୟ ଦକ୍ଷତା ପରୀକ୍ଷା ପାଇଁ ଯୋଗ୍ୟ ହେବେ ।

ଗେଟ ୨୦୨୧ ର ଆବେଦନ ତଥା ନୂତନ ସବିଶେଷ ତଥ୍ୟ ଅଫିସିଆଲ୍ ୱେବସାଇଟ୍ – gate.iitb.ac.in ରେ ଉପଲବ୍ଧ ।

Leave A Reply

Your email address will not be published.