Latest Odisha News

BREAKING NEWS

କରୋନା ଆତଙ୍କ: ବର୍ଷକ ଲାଗି ସ୍ଥଗିତ ରହିଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଚଳିତ ବର୍ଷ ଜୁଲାଇ ୨୪ରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦୨୦ ଟୋକିଓ ଅଲିମ୍ପିକ୍ସ କରୋନା ଭୂତାଣୁ ସଂକ୍ରମଣ ଲାଗି ସ୍ଥଗିତ ରହିଛି । ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଏବଂ ଜାପାନ ସରକାର କୋଭିଡ୍ ୧୯ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକବର୍ଷ ଲାଗି ସ୍ଥଗିତ ରଖିଥିବା ଜଣାପଡ଼ିଛି ।

୨୦୨୦ ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବାକୁ ସ୍ୱୀକାର କରି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଛନ୍ତି ଯେ, “୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଏକ ବର୍ଷ ଲାଗି ମୁଁ ସ୍ଥଗିତ ରଖିବା ଲାଗି ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ଆଇସି ସଭାପତି ଥୋମାସ ବାଚ୍ ମଧ୍ୟ ୧୦୦ ପ୍ରତିଶତ ସମର୍ଥନ କରିଛନ୍ତି ।”

ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବା ସହିତ ପାରା ଅଲିମ୍ପିକ୍ସ ମଧ୍ୟ ଏକ ବର୍ଷ ଲାଗି ସ୍ଥଗିତ ରହିଥିବା ନେଇ ବିବିସିରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।

ସମଗ୍ର ଦେଶରେ କରୋନା ମହାମାରୀ ଜନିତ ସଂକ୍ରମଣଙ୍କ ସଂଖ୍ୟା ବିଶ୍ୱବ୍ୟାପୀ ବୃଦ୍ଧି ପାଇଚାଲିଥିବା ବେଳେ ଅଲିମ୍ପିକ୍ସ ଆୟୋଜନ ନେଇ ବ୍ରିଟିଶ୍ ଅଲିମ୍ପିକ ଆସୋସିଏସନ (ବିଓଏ) ପକ୍ଷରୁ ମଙ୍ଗଳବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ପୂର୍ବରୁ ଅବଶ୍ୟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଓଏ ଚେୟାରମ୍ୟାନ ହ୍ୟୁଗ୍ ରବର୍ଟସନ କହିଥିଲେ ଯେ, ଚଳିତ ଗ୍ରୀଷ୍ମରେ ଗ୍ରେଟ୍ ବ୍ରିଟେନ ଟୋକିଓକୁ ଅଲିମ୍ପିକ୍ ଟିମ ନ’ପଠାଇବାକୁ ଯୋଜନା କରୁଛି ।

Leave A Reply

Your email address will not be published.