Latest Odisha News

BREAKING NEWS

‘ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କଲେ ନବୀନ: କହିଲେ ବାହାରକୁ ବାହାରିବା ନାହିଁ, କରୋନାକୁ ଘରକୁ ଆଣିବା ନାହିଁ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କରିଛନ୍ତିି । ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ରାଜ୍ୟ ସରକାର ଏକ ଭିଡିଓ ଜାରି କରି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଘରୁ ନବାହାରିବା ପାଇଁ ରାଜ୍ୟ ବାସୀଙ୍କୁ ଶପଥ ନେବାକୁ କହିଛନ୍ତି ।

ବାହାରକୁ ବାହାରିବା ନାହିଁ, କରୋନା ଭୂତାଣୁ ଘରକୁ ଆଣିବା ନାହିଁ ବୋଲି ପ୍ରତିଜ୍ଞା ନେବାକୁ ସେ କହିଛନ୍ତି । ଏଥିସହ ବାହାରକୁ ନଯିବା ପାଇଁ ସମସ୍ତେ ବ୍ୟକ୍ତିଗତ ଭାବେ ଶପଥ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଶପଥ ନେବାର ଏକ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ସେୟାର କରନ୍ତୁ । ସୋସିଆଲ ମିଡିଆ ମାଧ୍ୟମରେ ଆପଣଙ୍କ ଭିଡିଓ ମୋ ପାଖକୁ ପଠାନ୍ତୁ ବୋଲି ସେ କହିଛନ୍ତି ।
ଏହି ଭାଇରସ ଚୀନ୍ରେ ଥିଲା ପରେ ଦିଲ୍ଲୀରେ ପହଂଚିଲା ଏବେ ଏହା ଆମ ଓଡ଼ିଶାରେ ପହଂଚିଛି । ଏହାକୁ ନିଜ ଘର ଭିତରକୁ ଏବେ ପସନ୍ତୁ ନାହିଁ ବୋଲି ନବୀନ ନିବେଦନ କରିଛନ୍ତି ।
ଆମେ ସାବଧାନ ରହିଲେ ଆମ ଘରକୁ କରୋନା ପଶି ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଯଦି ବାହାରକୁ ଯାଉଛନ୍ତି ତେବେ ଘରକୁ ଆସିଲେ ୨୦ ସେକେଣ୍ଡ ହାତ ଧୁଅନ୍ତୁ । ଏହାଦ୍ୱାରା ନିଜେ ସୁରକ୍ଷିତ ରହିପାରିବେ ଏବଂ ନିଜ ପରିବାର ମଧ୍ୟ ସୁରକ୍ଷିତ ରହିପାରିବେ ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.