Latest Odisha News

BREAKING NEWS

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ କେଉଁ ସ୍ଥାନରୁ କେତେ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଦିନରେ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସୂଚନା ଅନୁଯାୟୀ ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଂଚଳରୁ ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

 

ସେହିପରି ୩୪ ଜଣ ସୁସ୍ଥ ହୋଇଛନ୍ତି। ଯାହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩୦,୧୯୮ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ରାଜଧାନୀରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୦,୮୩୪ରେ ପହଂଚିଛି । ସେଥି ମଧ୍ୟରୁ ୩୯୪ଟି ସକ୍ରିୟ ମାମଲା ରହିଥିବା ବେଳେ ୨୨୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.