Latest Odisha News

BREAKING NEWS

ଗ୍ୟାଙ୍ଗସ୍ ଅଫ୍ ୱାସେପୁର ଅଭିନେତାଙ୍କ ବିରୋଧରେ ଠକେଇ ଅଭିଯୋଗ

ମୁମ୍ବାଇ: ଅନୁରାଗ କଶ୍ୟପଙ୍କ ବହୁଚର୍ଚ୍ଚିତ ଫିିଲ୍ମ “ଗ୍ୟାଙ୍ଗସ୍ ଅଫ୍ ୱାସେପୁର” । ଏହି ଫିଲ୍ମର କାହାଣୀ ଭାର ସମ୍ଭାଳିବା ସହ ଅଭିନୟରେ ନଜର ଆସିଥିଲେ ଜୀଶନ୍ କାଦ୍ରୀ । ଫିଲ୍ମରେ ତାଙ୍କ ଡେଫିନାଇଟ୍ କିର୍ଦାରକୁ ଲୋକେ ଖୁବ ପସନ୍ଦ ବି କରିଥିଲେ । ହେଲେ ନିକଟରେ ଏହି ଅଭିନେତାଙ୍କ ବିରୋଧରେ ଆସିଛି ଠକେଇ ଓ ଟଙ୍କା ହେରଫେର୍ ଭଳି ଅଭିଯୋଗ ।

ଜିତେନ ସେଠୀ ନାମକ ଜଣେ ପ୍ରଯୋଜକ ଆଣିଛନ୍ତି ଜୀଶନଙ୍କ ବିରୋଧରେ ଏକାଧିକ ଅଭିଯୋଗ । ମିଳିଥିବା ଖବର ଅନୁଯାୟୀ ଓଟିଟି ପ୍ଲାଟଫର୍ମରେ ଏକ ୱେବ୍ ସିରିଜ ନିର୍ମାଣ କରିିବା ପାଇଁ ଜୀଶନଙ୍କୁ ପ୍ରଯୋଜକ ଜିତେନ ଦେଢ କୋଟି ଟଙ୍କା ଦେଇଥିଲେ । ହେଲେ ୱେବ୍ ସିରିଜ ନିର୍ମାଣ କରିବା ତ ଦୂରର ଅଭିନେତା ଜୀଶନ ଟଙ୍କା ମଧ୍ୟ ଫେରାଇବାର ନାଁ ଧରୁନାହାନ୍ତି ।

ଏହି ଘଟଣାକୁ ନେଇ ମୁମ୍ବାଇ ପୋଲିସ ନିକଟରେ ଜୀଶନଙ୍କ ବିରୋଧରେ ଏତଲା ଦାୟର ହୋଇଛି । ଅନ୍ୟପଟେ ଏକାଧିକ ଫିଲ୍ମ ତଥା ନିକଟରେ ବିଛୁ କା ଖେଲ୍ ଭଳି ୱେବ୍ ସିରିଜରେ ନଜର ଆସିଥିବା ଜୀଶନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Leave A Reply

Your email address will not be published.