Latest Odisha News

BREAKING NEWS

୧୦୦ ଛୁଇଁଲା ଓଡିଶାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା

ଭୁବନେଶ୍ୱର : ଯାଜପୁରରେ ଶନିବାର ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହିତ ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୦୦ ଛୁଇଁଛି । ଏଥି ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି ।

ଶନିବାର ଚିହ୍ନଟ ହୋଇଥିବା ସମସ୍ତ ଛଅ ଜଣ କରୋନା ପଜିଟିଭ୍ ନିକଟରେ କୋଲକାତାରୁ ଫେରିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏମାନଙ୍କ ବୟସ ୫୨, ୨୩, ୪୯, ୫୭, ୩୯ ଓ ୫୦ ବର୍ଷ ହୋଇଥିବା ଜଣାପଡିଛି ।

ପ୍ରଶାସନ ପକ୍ଷରୁ ସେମାନଙ୍କ ସମ୍ପର୍କୀୟ ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଚିକିତ୍ସା ପରେ ଏବେ ରାଜ୍ୟରେ ୩୪ ଜଣ କରୋନା ପଜିଟିଭ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.