ପୁରୀ: ଦିନକୁ ଦିନ କରୋନାଭାଇରସର ଆତଙ୍କ ବଢୁଥିବା ବେଳେ ଏବେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପିପିଲି ପ୍ରବେଶ ପଥରେ ଉଭୟ ଯାନବାହାନ ଏବଂ ଯାତ୍ରୀଙ୍କୁ କଡାକଡି ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏନେଇ ପୁରୀ କଲେକ୍ଟର ବଲୱନ୍ତ ସିଂ କହିଛନ୍ତି, ସଡକ ପରିବହନ, ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଏକ ମିଳିତ ଟିମ୍ ଏହି ଯାଞ୍ଚ କରିବେ ଏବଂ ଆବଶ୍ୟକ ସ୍ଥଳେ ମାରାତ୍ମକ କୋଭିଡ -୧୯ ର ବ୍ୟାପିବାର ଆଶଙ୍କା ଥିଲେ ଗାଡି ଏବଂ ଯାତ୍ରୀଙ୍କୁ ଫେରାଇ ଦିଆଯିବ।
ଅଧିକ ପଢନ୍ତୁ:- ନିହାତି ଜରୁରୀ ନଥିଲେ ପୁରୀକୁ ଆସନ୍ତୁ ନାହିଁ: ଜିଲ୍ଲାପାଳ
ଆହୁରି ମଧ୍ୟ ଗଣମାଧ୍ୟମରେ ନିକଟରେ ପ୍ରକାଶ କରିଥିବା ଏକ ଭିଡିଓରେ ସେ କହିଛନ୍ତି ଯେ ଭୟଭୀତ ହେବାର କିଛି ଆବଶ୍ୟକତା ନାହିଁ । ତଥାପି ଏହାର ମୁକାବିଲା ସଫଳତାର ସହ କରିବା ପାଇଁ ଆମକୁ ସତର୍କ ରହିବା ଆବଶ୍ୟକ ।
Comments are closed.