Latest Odisha News

BREAKING NEWS

୫୦ ତବଲିଗ ଜମାତଙ୍କୁ ପୋଲିସ ପାଉ ନାହିଁ

ମୁମ୍ବାଇ: ଦିଲ୍ଲୀର ନିଜାମୁଦ୍ଧିନରେ ଯୋଗ ଦେଇଥିବା ତବଲିଗ ଜମାତର ୧୪୦୦ ଲୋକଙ୍କ ମଧ୍ୟରୁ ୫୦ ଜଣଙ୍କୁ ଏବେ ମଧ୍ୟ ପୋଲିସ ପାଇ ନାହିଁ । ସେମାନଙ୍କ ପକ୍ଷରୁ ମଧ୍ୟ ଏଥିନେଇ କୌଣସି ଯୋଗାଯୋଗ କରାଯାଇ ନାହିଁ ବୋଲତ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନୀଳ ଦେଶମୁଖ କହିଛନ୍ତି । ଯେଉଁମାନେ ଯୋଗାଯୋଗ କରି ନାହାନ୍ତି ପୋଲିସ ସେମାନଙ୍କୁ ଖୋଜି ବାହାର କଲେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ତବଲିଗ ଜମାତର ଲୋକଙ୍କ ଖାମଖିଆଲ ମନୋଭାବ ଯୋଗୁ ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି । ୧୩୫୦ ଲୋକଙ୍କୁ ଟ୍ରେସ କରାଯାଇଛି । ସେମାନଙ୍କୁ ଆଇସୋଲେଶନ ୱାର୍ଡରେ ରଖାଯାଇଛି ବୋଲି ମହାରାଷ୍ଟ୍ର ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.