Latest Odisha News

BREAKING NEWS

ଘରେ ମାସ୍କ ତିଆରି କଲେ ଅଭିନେତ୍ରୀ ଅର୍ଚ୍ଚିତା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ଏବେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ବଜାରରେ ମାସ୍କର ଅଭାବ ଦେଖାଦେଇଛି । ଏହାରି ଭିତରେ ମାସ୍କ ତିଆରି କରିବାକୁ ଆଗେଇ ଆସିଛନ୍ତି ଓଲିଉଡର ଚୁଲବୁଲି ନାୟିତା ଅର୍ଚ୍ଚିତା ସାହୁ।

BjdElectrycity

କିଭଳି ଘରେ ସହଜରେ ସାଧାରଣ କପଡା କିମ୍ବା ରୁମାଲରେ ମାସ୍କ ତିଆରି କରି ପିନ୍ଧିହେବ ତାହା ଭିଡିଓ ଜରିଆରେ ଶିଖାଇଛନ୍ତି ଅର୍ଚ୍ଚିତା । ସେ ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିବା ସହ ନିଜ ପାଇଁ ଏକ ମାସ୍କ ପ୍ରସ୍ତୁତ କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ତେବେ ଅର୍ଚ୍ଚିତାଙ୍କ ଏହି ମାସ୍କ ତିଆରି କୌଶଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେଶ୍ ପ୍ରଂଶସା କରିଛନ୍ତି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଚିତାଙ୍କ ଏହି ଭିଡିଓ ଲୋକଙ୍କୁ ପ୍ରେରଣା ଦେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave A Reply

Your email address will not be published.