ନ୍ୟୁୟର୍କ: ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ଏବେ କରୋନା ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ପରିସ୍ଥିତି ପ୍ରକୃତରେ ଗମ୍ଭୀର । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ପ୍ରତିଦିନ ମୃତ୍ୟୁସଂଖ୍ୟା ଅତି ମାତ୍ରାରେ ବଢିଚାଲିଛି । ତେବେ ଭାରତରେ ମ୍ୟାଲେରିଆ ନିରାକରଣ ଲାଗି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ବହୁଳ ଗଚ୍ଛିତ ରହିଥିବା ଯୋଗୁଁ ଟ୍ରମ୍ପ୍ ଭାରତକୁ ଏହି ଔଷଧ ରପ୍ତାନୀ କରିବାକୁ ଅନୁରୋଧ କରିଥିଲେ ।
ଏନେଇ ମୋଦୀଙ୍କୁ ଫୋନ ଯୋଗେ ଅନୁରୋଧ କରିବା ସହିତ ନପଠାଇଲେ ପରିଣାମ ଅନ୍ୟ ପ୍ରକାରର ହେବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।
ତେବେ ଭାରତ ଔଷଧ ଆମେରିକାକୁ ପଠାଇବା ନେଇ ଯେଉଁ କଟକଣା ରହିଥିଲା ତାହା ଦୂର କରିଦେବା ପରେ ଟ୍ରମ୍ପ ପ୍ରଶାସନ ଆଶ୍ୱସ୍ତି ଲାଭ କରିଛି ।
Donald Trump: “I spoke to PM Modi, a lot of it comes out of India. I asked him if he would release it? He was Great. He was really good. You know they put a stop because they wanted it for India. But there is a lot of good things coming from that.” https://t.co/MG6DMXy5PU
— Amrita Bhinder (@amritabhinder) April 8, 2020
ରାଷ୍ଟ୍ରପତି ଟ୍ରମ୍ପ୍ ଏବେ ନରେନ୍ଦ୍ର ମୋଦୀଙ୍କୁ ଭୁରି ଭୁରି ପ୍ରଶଂସା କରିବାକୁ ପଛାଇନାହାନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହାନ ତଥା ଚମତ୍କାର ନେତା ।
ରାଷ୍ଟ୍ରପତି ଟ୍ରମ୍ପ୍ ମଧ୍ୟ ନ୍ୟୁଜ୍ ଫକ୍ସ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ମୋଦୀ ଆମକୁ ସହାୟତା କରିଛନ୍ତି । ସେ ଜଣେ ଭଲ ବ୍ୟକ୍ତି । ମୁଁ ବ୍ୟକ୍ତିଗତ ଭାବେ ମୋଦୀଙ୍କ ସହିତ ଟେଲିଫୋନରେ କଥା ହୋଇଥିଲି । ଭାରତଠାରୁ ଏବେ ଆହୁରି ଭଲ ଜିନିଷ ମଧ୍ୟ କିଣିବାର ରହିଛି ।
ଏଠାରେ ସୂଚନାଯୋଗ୍ୟ, ଭାରରେ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟାବଲେଟ୍ ଦିଆଯାଇଥାଏ । ଏହି ଔଷଧ ଭାରତରେ ବହୁଳ ପରିମାଣରେ ଗଚ୍ଛିତ ରହିଛି । ଏହି ଔଷଧ ସହିତ ଅନ୍ୟ ଔଷଧ ମିଶାଇ ଆମେରିକା ଆଣ୍ଟିଭାଇରାଲ୍ ଭାବେ ବ୍ୟବହାର କରୁଥିବାର ଜଣାପଡ଼ିଛି ।
Comments are closed.