Latest Odisha News

BREAKING NEWS

ଗଞ୍ଜାମରେ ୭ କରୋନା ପଜିଟିଭ୍ ଚିହ୍ନଟ: ଓଡ଼ିଶାରେ ଆକ୍ରାନ୍ତଙ୍କ ୨୧୯କୁ ବୃଦ୍ଧି

ଭୁବନେଶ୍ୱର: ଗୁରୁବାର ଦିନ ଗଞ୍ଜାମରେ ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ିଶାର କରୋନା ରୋଗୀଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଆଜି ବୃଦ୍ଧି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମକୁ ରେଡ୍ ଜୋନ ଭାବେ ଘୋଷଣା କରାଯାଇଛି ।

ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ସମସ୍ତ ୭ ଜଣ ବ୍ୟକ୍ତି ପୁରୁଷ ଓ ସୁରଟ ଫେରନ୍ତା । ଏଥିସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

ଏହି ସମସ୍ତ ନୂଆ ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁମାନେ ରହିଛନ୍ତି ତାହାକୁ ନେଇ ଜିଲ୍ଲା ପ୍ରଶାସନ ତପôରତା ପ୍ରକାଶ କରିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିଥିଲା । ତେବେ ଦେଶର ବିଭିନ୍ନ ସ୍ଥାନରୁ ପ୍ରବାସୀମାନେ ଫେରିବା ପରେ ଏବଂ ଗଞ୍ଜାମରେ ସୁରଟ ଫେରନ୍ତା ପହଞ୍ଚିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

Leave A Reply

Your email address will not be published.