Latest Odisha News

BREAKING NEWS

ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ କେନ୍ଦ୍ରର ସବୁଜ ସଙ୍କେତ

ଭୁବନେଶ୍ୱର : ରଥଖଳାରେ ନିର୍ମାଣ ହୋଇପାରିବ ଶ୍ରୀ ଜିଉଙ୍କ ରଥ । ରଥ ନିର୍ମାଣକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଆସିଛି ।

ତେବେ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ହିଁ ଉଚିତ ନିଷ୍ପତ୍ତି ନେଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ରଥଖଳାରେ ରଥ ନିର୍ମାଣ କାମ ଲକ୍ ଡାଉନ ନିୟମ ଓ ସାମାଜିକ ଜୂରତ୍ୱ ନିୟମ ମାନି କରାଯିବା ସହିତ କୌଣସି ଧାର୍ମିକ ସମାବେଶ ନ କରିବା ପାଇଁ ଏଥିରେ ଉଲ୍ଲେଖ କରାଯାଇଛି ।

ସେହିଭଳି ରଥ ନିର୍ମାଣ ସ୍ଥଳକୁ ବ୍ୟାରିକେଡ କରି ସାଧାରଣ ଲୋକଙ୍କୁ ଏଠାରୁ ଦୂରେଇ ରଖିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.