Latest Odisha News

BREAKING NEWS

ପ୍ରବାସୀଙ୍କୁ ଚେତାବନୀ, ରାସ୍ତାରେ ନ ଓହ୍ଲାଇ କ୍ୱାରେଂଟିନ୍‌ରେ ରୁହ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ବାହାରୁ ଆସୁଥିବା ଘର ବାହୁଡା ପ୍ରବାସୀ ରାସ୍ତାରେ ଓହ୍ଲାଇପାରିବେ ନାହିଁ ବୋଲି ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି । ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି ଆଜି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।

ପ୍ରବାସୀ ଓଡ଼ିଆମାନେ ରାସ୍ତାରେ ନ ଓହ୍ଲାଇ କ୍ୱାରେଂଟିନ ସେଂଟରରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏବେ ଅନ୍ୟ ରାଜ୍ୟକୁ ଯିବା ଲାଗି ଇ-ପାସ ବ୍ୟବସ୍ଥା ରହିଛି । ଉକ୍ଟଙ୍ଖସୟ୧୯.ଶକ୍ଟଙ୍ଖ.ସଦ୍ଭ ୱେବସାଇଟରେ ପାସ ଉପଲବ୍ ହେବ । ଏଯାଏଁ ରାଜ୍ୟକୁ ମୋଟ ୩୯୭୬୫ ପ୍ରବାସୀ ଓଡିଆ ଫେରିଛନ୍ତି ଓ ସେମାନଙ୍କ ପାଇଁ ୬୭୯୮ ପଞ୍ଚାୟତରେ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ।

ଓଡ଼ିଶାରେ ଏବେ ୮ ଲାବ୍‌ରେ କୋଭିଡ ପରୀକ୍ଷା କରାୟାଉଛି । ରାଜ୍ୟରେ ଦୈନିକ ୩ହଜାରରୁ ଅଧିକ ପରୀକ୍ଷା କରାଯାଉଛି । ଏବେ ସୁଦ୍ଧା ରାଜ୍ୟରେ ୫୦ହଜାରରୁ ଅଧିକ କୋଭିଡ ପରୀକ୍ଷା ହୋଇସାରିଛି । ସେହିପରି ଆହୁରି ୧୧ଟି ପରୀକ୍ଷାଗାର କାର‌୍ୟ୍ୟକ୍ଷମ କରାଯିବ ବୋଲି ବାଗଚୀ କହିଛନ୍ତି ।

ତେବେ ଭାକସିନ୍ ଆସିବା ପର‌୍ୟ୍ୟନ୍ତ ମୁକାବିଲା ଲାଗି ୩ ଉପାୟ ରହିଛି । ମାସ୍କ ବ୍ୟବହାର, ସାମାଜିକ ଦୂରତା ରଖନ୍ତୁ, ବାରମ୍ବାର ହାତ ଧୁଅନ୍ତୁ ବୋଲି ପୁଣି ଥରେ ବାଗଚୀ ରାଜ୍ୟବାସୀଙ୍କୁ ସଚେତନ କରିଛନ୍ତି ।

Leave A Reply

Your email address will not be published.