Latest Odisha News

BREAKING NEWS

ଭୁବନେଶ୍ୱରର ଆଉ ଏକ ବସ୍ତିରେ ବ୍ୟାପିଲା କରୋନା: ହୋମ କ୍ୱାରେଣ୍ଟାଇନରେ ୫୦ ପରିବାର

ଭୁବନେଶ୍ୱର: ରାଜଧାନୀର ଆଉ ଏକ ବସ୍ତିରେ ବ୍ୟାପିଲା କରୋନା । ଭୁବନେଶ୍ୱର ମହାନଗର ନିଗମର ୧୭ନମ୍ବର ୱାର୍ଡ ଅନ୍ତର୍ଗତ ବିଶ୍ୱେଶ୍ୱର ବସ୍ତିରୁ ବୁଧବାର ଦିନ ଚିହ୍ନଟ ହୋଇଛନ୍ତି ଦୁଇ ସଂକ୍ରମିତ। ଉଭୟେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସୂଚନା।ଉଭୟଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱେଶ୍ୱର ବସ୍ତିରେ ଅନ୍ୟ ୫୦ ପରିବାରଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯିବା ସହ ଅନ୍ୟମାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି।
ବିଏମସି ପକ୍ଷରୁ ବସ୍ତିକୁ ବିଶୋଧନ କରାଯାଇଛି। ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏକ ଟିମ ବସ୍ତିର ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା ସୂଚନା ମିଳିଛି।

ଏହା ପୂର୍ବରୁ ରାଜଧାନୀର ସାଲିଆ ସାହିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Comments are closed.