Latest Odisha News

BREAKING NEWS

କରୋନା ସତର୍କତା: ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଘରୋଇ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ଅର୍ଥାତ ଆସନ୍ତାକାଲି ଠାରୁ ଘରୋଇ ବିମାନ ଚଳାଚଳ ବନ୍ଦ ରହିବା ନେଇ ସୋମବାର ଦିନ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛି ।

BjdElectrycity

ମାର୍ଚ୍ଚ ୨୪ ତାରିଖ ଦିନ ବିମାନ ଗୁଡିକ ତାଙ୍କ ଗନ୍ତବ୍ୟସ୍ଥଳରେ ୧୧ଟା ୫୯ ମିନିଟ ପୂର୍ବରୁ ପହଞ୍ଚିବାକୁ ଯୋଜନା କରାଯାଇଛି ବୋଲି ମନ୍ତ୍ରାଳୟ କହିଛି । ପୁନଃ ବିମାନ ଚଳାଚଳ କରିବା ତାରିଖକୁ ପ୍ରକାଶ କରାଯାଇ ନାହିଁ ।

ପୂର୍ବରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଭାରତରେ ଅନ୍ତର୍ଜାତୀୟ ବିମାନ ଅବତରଣ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.