Latest Odisha News

କୋଭିଡ୍‌-୧୯ ପାଣ୍ଠିକୁ ୩ ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଭୂତାଣୁ ସହିତ ଲଢିବା ନିମନ୍ତେ ଗଠିତ ହୋଇଥିବା କୋଭିଡ୍‌-୧୯ ରିଲିଫ ଫଣ୍ଡକୁ ସୋମବାର ଦିନ ତାଙ୍କର ତିନିମାସର ଦରମାର ଦାନ କରିଛନ୍ତି ।

ଯେଉଁ ବ୍ୟକ୍ତିବିଶେଷ ଏହି ମାରାତ୍ମକ ଭୂତାଣୁ ଜନିତ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ମାନବିକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏହି ପାଣ୍ଠି ମାଧ୍ୟମରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

“ଅସାଧାରଣ ପରିସ୍ଥିତି ବେଳେ ବେଳେ ଅସାଧାରଣ ସହଯୋଗ ଆବଶ୍ୟକତା କରିଥାଏ । ଏବେ କୋଭିଡ୍‌-୧୯ ଭୂତାଣୁ ଏକ ଚ୍ୟାଲେଞ୍ଜ୍ ସଦୃଶ ସମଗ୍ର ବିଶ୍ୱବାସୀଙ୍କ ଆଗରେ ଦଣ୍ଡାୟମାନ ହୋଇଛି । ମାନବିକତାକୁ ଦୃଷ୍ଟିରେ ରଖି ଏହି ପାଣ୍ଠିକୁ ଅକୁଣ୍ଠଚିତରେ ସାହାଯ୍ୟ ସହଯୋଗ କରିବା ଉଚିତ ।” ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.