Latest Odisha News

BREAKING NEWS

ଯାଜପୁରରେ କରୋନା ସ୍ଥିତି; ଜାଣନ୍ତୁ ସବିଶେଷ ତଥ୍ୟ

ଯାଜପୁର: ଗତକାଲି ଯାଜପୁର ଜିଲ୍ଲାରେ ୧୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ୧୧ଜଣଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ଦଶରଥପୁର ବ୍ଲକ୍ ଅଞ୍ଚଳର । ତେବେ ଅନ୍ୟ ୩ଜଣ ଧର୍ମଶାଳା ବ୍ଲକର ହୋଇଥିବା ବେଳେ କୋରାଇ ବ୍ଲକରୁ ୩ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ୍ ସୁଦ୍ଧା ଜିଲ୍ଲାରେ ମୋଟ୍ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୦ରେ ପହଞ୍ଚିସାରିଛି । ସେହିପରି ଆଜି ଯାଜପୁରରୁ ସର୍ବାଧିକ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ଗତକାଲି ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ।  ଜିଲ୍ଲାରେ ମୋଟ୍ ୨୩୯ଜଣ ବର୍ତ୍ତମାନ ସୁସ୍ଥ ହୋଇ ଫେରିଛନ୍ତି । ଏବେ ସୁଦ୍ଧା ଆଉ ମୋଟ୍ ୪୧ଟି ଆକ୍ଟିଭ ମାମଲା ଥିବା ଜଣାପଡିଛି । ତେବେ ଆଜି ଚିହ୍ନଟ ହୋଇଥିବା ୧୧ ଜଣ ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯିବା ସହ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ।

ଏମାନେ ସମସ୍ତେ କ୍ବାରେଣ୍ଟାଇନରେ ଥିବା ଜଣାପଡିଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଉଛି । ସେପଟେ ବିଗତ ୨୬ଦିନ ମଧ୍ୟରେ ଟ୍ରେନ୍ ଏବଂ ବସ୍ ଯୋଗେ ଆଜି ସୁଦ୍ଧା ୧୫ହଜାର ୨୭୦ ଜଣ ପ୍ରବାସୀ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହାପୂର୍ବରୁ ମଧ୍ୟ ୧୦ ହଜାରରୁ ଉର୍ଦ୍ଧ ଲୋକ ନିଜସ୍ବ ବ୍ୟବସ୍ଥାରେ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡିଛି ।

ତେବେ ଲକଡାଉନ କୋହଳ ହେବାପରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧିକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଭାଲେଣୀ ସୃଷ୍ଟି ହୋଇଛି । ତେବେ ସେହି ଅନୁପାତରେ ଆକ୍ରାନ୍ତ ଲୋକ ସୁସ୍ଥ ହେଉଥିବାରୁ ଲୋକଙ୍କ ମଧ୍ୟରେ କିଛିଟା ଆଶ୍ବସ୍ତି ମଧ୍ୟ ଦେଖିବାକୁ ମିଳିଛ ।

Leave A Reply

Your email address will not be published.