Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ ୧୧୯ କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଚାଲିଛି କରୋନା ଜନିତ ସୁସ୍ଥ ହାର । ଆଜି ଗୋଟିଏ ଦିନରେ ସକାଳେ ସର୍ବାଧିକ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏବେ ୧୧୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ହସ୍ପିଟାଲରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ୧୧୯ ଜଣଙ୍କ ମଧ୍ୟରେ ଯାଜପୁରର ସର୍ବାଧିକ ୬୦ ଜଣ ଅଛନ୍ତି । ସେହିପରି କଟକରୁ ୧୩, କେନ୍ଦ୍ରାପଡାରୁ ୧୨, ଗଜପତିରୁ ୯, ନୟାଗଡରୁ ୬, ସୁନ୍ଦରଗଡରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବାଲେଶ୍ୱର, ପୁରୀ, ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, ଗଂଜାମ ଏବଂ ବଲାଙ୍ଗିରରୁ ୨ଜଣ ଲେଖାଏଁ ଓ ସମ୍ବଲପୁରରୁ ଜଣେ ସୁସ୍ଥ ହୋଇ ହସ୍ପିଟାଲ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୨୪୫ରେ ପହଂଚିଛି ।

Leave A Reply

Your email address will not be published.