Latest Odisha News

BREAKING NEWS

ପଙ୍ଗପାଳ ମୁକାବିଲା ପାଇଁ ନିୟମାବଳୀ ଜାରି କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଛତିଶଗଡରେ ପଙ୍ଗପାଳଙ୍କ ଆତଙ୍କ । ସେଠାକାର କୋରିୟା ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପଙ୍ଗପାଳ ମୁକାବିଳା ପାଇଁ ନିୟମାବଳୀ ଜାରି କରିଛନ୍ତି ।

ପଙ୍ଗପାଳ ନେଇ କୃଷି ଭବନରେ ସମୀକ୍ଷା ବୈଠକ ବସିଥିଲା ଏବଂ ବୈଠକ ପରେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ପଙ୍ଗପାଳ ମୁକାବିଲା ପାଇଁ ନିୟମାବଳୀ ଜାରି କରିଛନ୍ତି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଖୋଲାଯିବ କଂଟ୍ରୋଲ ରୁମ୍ । ସଚେତନ ପାଇଁ କ୍ଷେତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସୁବି ଜିଲ୍ଲା ଏସଓପି ଜାରି କରାଯାଇଛି ।

ପଙ୍ଗପାଳ ଓଡିଶା ଆସିବ କି ନାହିଁ ତାହା ମୌସୁମୀ ଓ ପବନର ବେଗ ଉପରେ ନିର୍ଭର କରୁଛି । ସିନିୟର ଅଫିର ଏ ନେଇ ନଜର ରଖିଛନ୍ତି । ଚାଷୀଙ୍କୁ ସଚେତନ କରାଯାଉଛି । ୮ ଲକ୍ଷ ଚାଷୀ ହେଲ୍ପ ଲାଇନ ଗ୍ରୁପରେ ଅଛନ୍ତି । ସାଢେ ଛଅ ଲକ୍ଷ ଚାଷୀ ହ୍ୱାଟ୍ସ ଅପ ଗ୍ରୁପରେ ଅଛନ୍ତି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ସହ ପାଖ ରାଜ୍ୟ ଉପରେ ନଜର ରହିଛି ବୋଲି କୃଷି ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.