Latest Odisha News

୨୪ ଘଣ୍ଟାରେ କରୋନାର ଲମ୍ବା ଲମ୍ଫ: ଦେଶରେ ୫୨ ହଜାର ପାର

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୫୨୫୦୯ ଛୁଇଁଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୨,୫୦୯ ଜଣ ସଂକ୍ରମିତ ହୋଇଥିବା ବେଳେ ୮୫୭ ଜଣଙ୍କର ଜୀବନ ଯାଇଛି । ହୁ ହୁ ହୋଇ ବଢି ଚଳିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୯,୦୮,୨୫୫ ଲକ୍ଷ ରେ ପହଞ୍ଚିଛି ।

ଏଜାବତ୍ ଭାରତରେ ମୃତ୍ୟୁ ସଂଖ୍ୟା ୩୯,୭୯୫ ଜଣଙ୍କର ପ୍ରାଣ ଯାଇ ସାରିଛି। ୫,୮୬,୨୪୪ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୨,୮୨,୨୧୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.