Latest Odisha News

BREAKING NEWS

‘ଧାରା ୩୭୦’ ଉଚ୍ଛେଦକୁ ବର୍ଷେ

ନୂଆଦିଲ୍ଲୀ: ଆଜିକୁ ଠିକ ବର୍ଷେ ତଳେ ଜମ୍ମୁ-କଶ୍ମୀରରୁ ହଟିଥିଲା ଧାରା ୩୭୦ । ଐତିହାସିକ ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ଅଗଷ୍ଟ ୫ ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଏହି ବିଲ୍ ସପକ୍ଷରେ ୧୨୫ ଏବଂ ବିପକ୍ଷରେ ୬୧ଟି ଭୋଟ ଦିଆଯାଇଥିଲା ।

ଏହାକୁ ନେଇ ରାଜ୍ୟସଭାରେ ବେଶ୍ ହଙ୍ଗମା ମଧ୍ୟ ହୋଇଥିଲା। କଂଗ୍ରେସ ସହିତ ପିଡିପିର ବହୁ ନେତା ଏହାକୁ ବିରୋଧ କରିଥିଲେ। କିନ୍ତୁ ସମସ୍ତ ଘାତ ପ୍ରତିଘାତକୁ ଏଡାଇ ଜମ୍ମୁ-କଶ୍ମୀରୁ ଧାରା ୩୭୦ ଉଚ୍ଛେଦକୁ ହଟାଇ ଐତିହାସିକ ନିଷ୍ପତ୍ତି ନେଇଥିଲେ ମୋଦୀ ସରକାର ।

ରାଜ୍ୟସଭାରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନରେ ବିଲଟି ଆଇନରେ ପରିଣତ ହୋଇଥିଲା ପରେ ହିଁ ଜମ୍ମୁ ଓ କାଶ୍ମୀର ଏକ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଏଥିସହିତ ଲଦାଖ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେଲା ।

ଏହି ବିଲଟିକୁ ରାଜ୍ୟସଭାରେ ଆଗତ କରିବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ୩୭୦ ଧାରା ଯୋଗୁଁ ଜମ୍ମୁ ଓ କାଶ୍ମୀରର ବିକାଶରେ ବାଧାସୃଷ୍ଟି ହେଉଥିଲା ।ବର୍ଷେ ତଳେ ସରକାର କଶ୍ମୀରରୁ ଧାରା ୩୭୦ ସହିତ ଆର୍ଟିକିଲ ୩୫ଏକୁ ମଧ୍ୟ ହଟାଇ ଦେଇଥିଲେ।

ଏହି ଧାରା ହଟିବା ଦ୍ୱାରା

-ଜମ୍ମୁ ଓ କଶ୍ମୀରରୁ ବି​‌ଶେଷ ରାଜ୍ୟ ପାହ୍ୟା ଶେଷ ହୋଇଯାଇଛି

-ଜମ୍ମୁ-କଶ୍ମୀରେ ଏବେ ଦେଶର ଆଇନ ଲାଗୁ ହୋଇଛି

-ଅନ୍ୟ ରାଜ୍ୟର ନାଗରିକଙ୍କ ପରି ଏମାନେ ବି ସରକାରୀ ଚାକିରି କରି ପାରିବେ

-ଅନ୍ୟ ରାଜ୍ୟର ବାସିନ୍ଦା ଜମ୍ମୁ-କଶ୍ମୀରରେ ନାଗରିକ ହୋଇ ପାରିବେ

-ଏଠାକାର ଝିଅ ବାହାରେ ବିବାହ କରିବା ଦ୍ବାରା ଏମାନଙ୍କର କୌଣସି ଅଧିକାର ଚ୍ଛିନ୍ନ ହେବ ନାହିଁ।

Leave A Reply

Your email address will not be published.