Latest Odisha News

ଏଣିକି ୨୪ ଘଣ୍ଟା ଦିଆଯିବ ଟିକା-ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସରିଲା କରୋନା ଟିକାକରଣ ସମୟସୀମା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ସରକାର କରୋନା ଟିକାକରଣ ସମୟସୀମା ଶେଷ କରିଛନ୍ତି । ବର୍ତ୍ତମାନ ଲୋକେ ସପ୍ତାହକ ୭ ଦିନ ୨୪ ଘଣ୍ଟା ନିଜ ସୁବିଧା ଅନୁସାରେ ଟିକା ନେଇପାରିବେ ।

ମାର୍ଚ୍ଚ ୧ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ସବୁ ଟିକାକରଣ କେନ୍ଦ୍ରରେ ସମୟ ସକାଳ ୯ଟା ରୁ ଅପରାହ୍ନ ୩ଟା ଯାଏଁ ଧାର୍ଯ୍ୟ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଦେଶରେ ଏବେ ସୁଦ୍ଧା ୧.୫୪ କୋଟି ଜନତାଙ୍କୁ କରୋନା ଟିକା ଦିଆଯାଇଛି । ସାରା ଦେଶରେ କରୋନା ଟିକାକରଣ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା । ଏହାପରେ ମାର୍ଚ୍ଚ ପହିଲାରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଏବଂ ଗମ୍ଭୀର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି । କରୋନା ଟିକା ସରକାରୀ ହସ୍ପିଟାଲରେ ମାଗଣାରେ ଦିଆଯାଉଛି ।

Leave A Reply

Your email address will not be published.