Latest Odisha News

BREAKING NEWS

ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ବିପୁଳ ଚୋରା ମଦ ଜବତ, ଜଣେ ମହିଳାଙ୍କ ସମେତ ୪ ଗିରଫ

ରାଇରଙ୍ଗପୁର: ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ । ରାଇରଙ୍ଗପୁରର ଅବକାରୀ ଇନ୍ସପେକ୍ଟର ବାସନ୍ତୀ ସିର୍କା ସଦଳବଳେ ତିରିଙ୍ଗ ଥାନା ଓ ବହଳଦା ଥାନାର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିଛନ୍ତି । ଏଥିସହିତ ଚୋରା କାରବାର ଲିପ୍ତଥିବା ଚାରି ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ବହଳଦା ଥାନାଠାରୁ ଅଳ୍ପ ଦୂରରେ ଥିବା ଏକ ଢ଼ାବାରେ ଦୀର୍ଘ ଦିନରୁ ବେଆଇନ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇଆସୁଥିଲା । ବୁଧବାର ଅବକାରୀ ବିଭାଗ ଚନ୍ଦନ ଢ଼ାବାରେ ଚଢ଼ାଉ କରି ୩୧ ଲିଟର ବିଅର, ପ୍ରାୟ ୫ ଲିଟର ବିଦେଶୀ ମଦ ସହିତ ମାଲିକ ଚନ୍ଦନ ସାହୁଙ୍କୁ ଗିରଫ କରିଛି । ସେହିପରି ଆଉ ଏକ ଢ଼ାବାରେ ଚଢ଼ାଉ କରି ୧୫.୬ ଲିଟର ବିଅର, ୧.୫ ଲିଟର ବିଦେଶୀ ମଦ ସହିତ ବେଆଇନ୍‌ କାରବାର କରୁଥିବା ରଞ୍ଜିତ ସାହୁଙ୍କୁ ଗିରଫ କରିଛି ।

ସେହିପରି ତିରିଙ୍ଗ ଥାନା ସୁରୁଦା କାଶୀପୁରରୁ ୩.୬ ଲିଟର ବିଦେଶୀ ମଦ ସହିତ ଚମ୍ପାମଣି ହେମ୍ବ୍ରମ ଓ ପଟମବେଡାରୁ ୨୦ ଲିଟର ଦେଶୀ ମଦ ସହିତ ଶ୍ୟାମ ଚରଣ ହେମ୍ବ୍ରମଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.