Latest Odisha News

BREAKING NEWS

ଅଣାୟତ୍ତ କରୋନା: ଚୀନରେ ୧୦୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଛି ମାରାତ୍ମକ କରୋନା ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲାଣି । ସୋମବାର ଦିନ ଏହାର ପ୍ରଭାବରେ ୧୦୮ ଜଣ ପ୍ରାଣ ହରାଇଥିବା ଏହାସହିତ ସଂକ୍ରମିତଙ୍କ ସଂଖ୍ୟା ୪୨,୬୩୮ ରେ ପହଁଚିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୪୭୮ ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି ।

ଚୀନର ରାଷ୍ଟ୍ରପତି ଦେଇଥିବା ସୁଚନା ଅନୁସାରେ, ଏହି ମାରାତ୍ମକ ଭାଇରସର ମୁକବିଲ ପାଇଁ ୨୦, ୦୦୦ ଡାକ୍ତରୀ ଦଳ ଚେଷ୍ଟା ଜାରି ରଖିଛନ୍ତି ।

ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ ୨୦୦୨ ଓ ୨୦୦୩ରେ ସାର୍ସ ସଂକ୍ରମଣ ଯୋଗୁଁ ୭୭୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୮୦୯୬ ଲୋକ ସଂକ୍ରମଣର ଶିକାର ହୋଇଥିଲେ । ହୁବେଇ ସହର କରୋନାଭାଇରସର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି ।

Leave A Reply

Your email address will not be published.