Latest Odisha News

BREAKING NEWS

ଆରମ୍ଭ ହେଲା ୨ୟ ପର୍ଯ୍ୟାୟ ଗଣନା; ବିଜେପି ୨୧, ଆପ୍ ୪୯ ସିଟରେ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣନା ଆଜି ସକାଳ ୮ଟାରେ ଆରମ୍ଭ ହୋଇଥିବା ବେଳେ ୧ମ ପର୍ଯ୍ୟାୟ ଭୋଟଗଣନାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ ଦଳ ଅଗ୍ରଣୀ ହାସଲ କରିଛି ।

ତେବେ ୨ୟ ପର୍ଯ୍ୟାୟ ଭୋଟ ଗଣନାନୁଯାୟୀ ଭାରତୀୟ ଜନତା ପାର୍ଟି ୨୧ଟି ସିଟରେ ଅଗ୍ରଣୀ ହାସଲ କରିଥିବା ବେଳେ ଆମ୍ ଆଦମୀ ପାର୍ଟି ୪୯ଟି ସିଟରେ ଆଗୁଆ ରହିଛି । ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଦଳ କୌଣସି ଗୋଟିଏ ଆସନରେ ମଧ୍ୟ ଅଗ୍ରଣୀ ହାସଲ କରିପାରିନାହିଁ ।

ଭୋଟ ଗଣନା:

ଆପ୍ : ୪୯

ବିଜେପି : ୨୧

କଂଗ୍ରେସ : ୦୦

ପ୍ରଥମ ପର୍ଯ୍ୟାୟରେ ଆପ ୫୩, ବିଜେପି ୧୬ ଏବଂ କଂଗ୍ରେସ ୧ଟି ଆସନରେ ଅଗ୍ରଣୀ ହାସଲ କରିଥିଲେ ।

ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣନା । ନୂଆଦିଲ୍ଲୀର ୨୭ଟି କେନ୍ଦ୍ରରେ ଭୋଟ ଗଣନା ଆରମ୍ଭ ହୋଇଛି । ଆଜି ସକାଳ ୧୨ଟା ସୁଦ୍ଧା ପରିଣାମ ଜଣାପଡ଼ିଯିବାର ସମ୍ଭାବନା ରହିଛି ।

ଦିଲ୍ଲୀ ବିଧାନସଭା ଲାଗି ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ମୁଖ୍ୟତଃ ଶାସକ ଆମ ଆଦମୀ ପାର୍ଟି (ଆପ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ସିଧାସଳଖ ଲଢେଇ ହେଉଛି ।

କଂଗ୍ରେସ ୨୦୧୫ ନିର୍ବାଚନରେ ଗୋଟିଏ ମଧ୍ୟ ସିଟ୍ ହାସଲ କରିପାରିନଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ୭୦ଟି ଆସନ ମଧ୍ୟରୁ ଏକାକୀ ୬୭ଟି ସିଟ୍ ଅକ୍ତିଆର କରିପାରିଥିଲା । ବିଜେପି ୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

Leave A Reply

Your email address will not be published.