Latest Odisha News

BREAKING NEWS

କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ଖେଳିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଦିନ ଏହି ସଂକ୍ରାମକ ରୋଗର ପ୍ରତିଶେଧମୂଳକ ଆଲର୍ଟ ଜାରି କରାଯାଇଥିଲା । ଏହି ଭୟଙ୍କର ରୋଗ ସଂକ୍ରମିତ ହୋଇ ଚୀନରେ ୫୬ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ।

ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଂକ୍ରାମକ ରୋଗ ତଥା ରୋଗୀଙ୍କ ଲାଗି ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହିତ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଏହି ଟୋଲ୍ ଫ୍ରି ନମ୍ବର ହେଉଛି – ୦୬୭୪-୨୩୯୦୪୬୭, ୯୪୩୯୯୯୪୮୫୭

କରୋନା ଭୂତାଣୁ ସଂକ୍ରମିତ ହେବା ପୂର୍ବରୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ସଚେଚନ କରୁଛନ୍ତି । ବିଭିନ୍ନ ପ୍ରକାର ପ୍ରତିଶେଧାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିମାନ ବନ୍ଦର ଓ ଡ଼ାକ୍ତରଖାନାରେ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି ।

କ’ଣ କରିବା ଉଚିତ୍ ଓ କ’ଣ ନ’କରିବା ଉଚିତ୍‌:

  • ଚା ସାବୁନରେ ଭଲଭାବେ ହାତ ଧୁଅନ୍ତୁ
  • ଚା କାଶ ବା ଛିଙ୍କ ସମୟରେ ନାକ ଏବଂ ରୁମାଲରେ ଘୋଡ଼ାଇ ରଖନ୍ତୁ
  • ଚା ସର୍ଦ୍ଦି ବା କାଶ ହେଉଥିବା ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ
  • ଚା ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଆନ୍ତୁ
  • ଚା ବନ୍ୟ ଓ ଫାର୍ମ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ

ଭୂତାଣୁ ସଂକ୍ରମିତ ନ’ହେବା ଲାଗି ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ ।

Leave A Reply

Your email address will not be published.