ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ସୀମା ଲଙ୍ଘି ଚାଲିଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ପବନ ବେଗରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ପ୍ରଭାବରେ ଚୀନରେ ଗଲାଣି ୨୨୩୬ ଟି ଜୀବନ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୮୯ ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି । କରୋନା ଭାଇରସ ଯୋଗୁଁ ମୋଟ ୭୫ ହଜାର ୪୬୫ ଜଣ ସଂକ୍ରମଣର ଶିକାର ହୋଇଛଥିବା ସୂଚନା ଦେଇଛନ୍ତି ଚୀନ ସରକାର ।
ଚୀନର ରାଷ୍ଟ୍ରପତି ଦେଇଥିବା ସୁଚନା ଅନୁସାରେ, ଏହି ମାରାତ୍ମକ ଭାଇରସର ମୁକବିଲ ପାଇଁ ୨୦, ୦୦୦ ଡାକ୍ତରୀ ଦଳ ଚେଷ୍ଟା ଜାରି ରଖିଛନ୍ତି ।
କରୋନାଭାଇସର୍ର ଉତ୍ପତ୍ତିସ୍ଥଳ ହୁବେଇରେ ଆଉ ୧୧୫ଜଣଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ୯୯ଜଣ ହେଉଛନ୍ତି ହୁବେଇର ରାଜଧାନୀ ଉହାନ୍ ଅଞ୍ଚଳର।
ସହରର ସମସ୍ତ ସଡ଼କକୁ ବନ୍ଦ କରି ଦିଆଯାଇଛି । ସେହଭଳି ବେସରକାରୀ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି ।
ଏହାଛଡ଼ା ବିଶ୍ୱର ୨୫ରୁ ଊର୍ଦ୍ଧ୍ୱ ଦେଶକୁ କରୋନାଭାଇରସ୍ ବ୍ୟାପୀ ଶତାଧିକ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଛି। ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାର ସମ୍ଭାବନା ରହିଥିବାରୁ ବର୍ତ୍ତମାନ ସମୟରେ ଅନେକ ଦେଶ ଚୀନ ସହିତ ବାଣିଜ୍ୟିକ ଓ ଅନ୍ୟାନ୍ୟ ଯାତ୍ରା ସଂପର୍କ ରଖିବା ଉପରେ କଟକଣା ଜାରି କରିଛନ୍ତି ।
Comments are closed.