Latest Odisha News

BREAKING NEWS

ଓଡ଼ିଆ ସଂସ୍କୃତିରେ ମହାଶିବରାତ୍ରିର ଗୁରୁତ୍ୱ…

ଭୁବନେଶ୍ୱର: ଶାସ୍ତ୍ର ଅନୁଯାୟୀ ମହାଦେବଙ୍କୁ ପ୍ରସନ୍ନ କରାଇବାର ଦଶ ଗୋଟି ବ୍ରତ ରହିଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ । ଜାବାଳି ଶ୍ରୁତି ଅନୁଯାୟୀ ଦଶ ଶୈବ ବ୍ରତ ମଧ୍ୟରେ ଏହି ବ୍ରତ ସିଦ୍ଧିଦାୟକ । ପୁଣ୍ୟ ମାଘ ମାସର ମାଘସ୍ନାନ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଶିବରାତ୍ରି ବ୍ରତ ରୂପେ ପାଳନ କରାଯାଏ ।

ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ଵାଦଶ ଜୋତିର୍ଲିଙ୍ଗ କ୍ଷେତ୍ରରେ ଏହି ପର୍ବ ବେଶ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ ।ମହାଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହା ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ।

ଶିବରାତ୍ରକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ । ପ୍ରତ୍ୟକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ । ଦ୍ଵିତୀୟ ପ୍ରହର ସନ୍ଧ୍ୟା ପରବର୍ତୀ ସମୟରେ ଶିବ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହର ବା ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରର ଚୁଡାଦେଶକୁ ମହାଦୀପ ଉଠାଯାଏ । ସାରା ସଂସାରରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠନର ଉଦ୍ଦେଶ୍ୟ । ଏହି ଦିନ ଭଗବାନ ଶିବଙ୍କ ଉପରେ କେତକୀ ଫୁଲ ଚଢାଯିବାର ବିଧି ରହିଛି ।

ଏହି ପବିତ୍ର ଦିନକୁ ଓଡିଶାର ସମସ୍ତ ଶୈବପୀଠ ବିଶେଷ କରି ଆରଡି, କପିଳାସ, ଗୁପ୍ତେଶ୍ଵର, ବେଦବ୍ୟାସ, ଭୁବନେଶ୍ଵର, ମହେନ୍ଦ୍ରଗିରି, ହରିଶଙ୍କର, ହୁମା ଆଦିରେ ବେଶ୍ ଧୁମଧାମରେ ପାଳନ କରାଯାଏ ।

ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ସର୍ବୋକୃଷ୍ଟ । ଅନ୍ୟ ଦେବତାଙ୍କର ପୂଜା ଦିନରେ ହେଉଥିବା ବେଳେ ଶିବଙ୍କ ପୂଜା ରାତ୍ରିରେ ହୋଇଥାଏ ।

ଭକ୍ତମାନେ ଉକ୍ତ ଦିନରେ ଉପବାସ ରୁହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରୁହନ୍ତି । ସେହି ରାତ୍ରରେ ଗୁରୁଦତ୍ତ ନାମ ଜପର ବିଧି ରହିଛି । ଯିଏ ଗୁରୁ କରିନଥିବ ସେ ଶିବ ଙ୍କର ଅଷ୍ଟ ନାମ ଯଥା – ଭବ , ଶର୍ବ, ରୁଦ୍ର , ପଶୁପତି, ଉଗ୍ର, ମହାନ , ଭୀମ, ଇଶାନ ମଧ୍ୟରୁ ଯେ କୌଣସି ନାମ କିମ୍ବା ‘ଓଁ ନମଃ ଶିବାୟ’ ପଞ୍ଚାକ୍ଷର ଜପ କରିପାରିବେ ।

Leave A Reply

Your email address will not be published.