Latest Odisha News

BREAKING NEWS

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୭୧୯କୁ ବୃଦ୍ଧି, ଆମେରିକାର ସହାୟତା ଘୋଷଣା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୭୧୯କୁ ଛୁଇଁଛି । ଏଥିସହିତ ୩୦,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଏହି ଭାଇରସର ମୁକାବିଲା କରିବା ଲାଗି ଚୀନ ଓ ଅନ୍ୟାନ୍ୟ ଦେଶକୁ ଆମେରିକା ସହାୟତାର ହାତ ବଢାଇବା ସହ ୧୦୦ ନିୟୁତ ଡଲାର ଦେବାପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ।

ଏହାବ୍ୟତିତ କରୋନା ଭାଇରସ୍ ପ୍ରପୀଡିତ ଦେଶମାନଙ୍କୁ ପ୍ରତ୍ୟକ୍ଷ ତଥା ବହୁସ୍ତରୀୟ ସଙ୍ଗଠନ ଦ୍ୱାରା ସାହାର୍ଯ୍ୟ କରାଯିବ ବୋଲି ଗଣମାଧ୍ୟମ ସୁତ୍ରରୁ ପ୍ରକାଶ ।

ଏହି ଭାଇରସ୍ ପ୍ରଭାବରେ ବିଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬ ଜଣ ମୃତ୍ୟୁବରଣ କରିଥିବା ନେଇ ଚୀନର ଏକ ସମାଚାର ଏଜେନ୍ସିରେ ରିପୋର୍ଟ ପ୍ରକାଶ ପାଇଛି । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ସମୟରେ ୩୦,୦୦୦ରେ ପହଞ୍ଚିଛି ।

ଅଧିକ ପଢନ୍ତୁ: କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କ’ଣ ହୋଇଥାଏ ପରିବର୍ତ୍ତନ? ଜାଣନ୍ତୁ

ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ବ୍ୟାପିବାର ମୁଖ୍ୟକେନ୍ଦ୍ର ପାଲଟିଛି ହୁବଇର ବୁହାନ ସହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାକୁ ଡାକ୍ତରୀ ଟିମ୍ ପଠାଇବା ଲାଗି ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୨୫ଟି ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.