Latest Odisha News

BREAKING NEWS

ଟ୍ରମ୍ପଙ୍କ ଭାରତ ଗସ୍ତ: ଅହମ୍ମଦାବାଦରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଛନ୍ତି । ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ଓ ଗାନ୍ଧୀ ଆଶ୍ରମ ବୁଲିବାକୁ ଯିବେ । ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି ।

ଶାବରମତି ଅଂଚଳର ପ୍ରତ୍ୟେକ ସୋସାଇଟ କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ କରାଯିବ । ୫ ମାସ ମଧ୍ୟରେ ଭଡା ରହିଥିବା ବ୍ୟକ୍ତିଙ୍କ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ । ହାଉଦି ମୋଦି ପରି ଏଠାରେ କେମ ଛେ ଟ୍ରମ୍ପର ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

୧୦ ହଜାରରୁ ଅଧିକ ପୋଲିସ ଷ୍ଟାଡିୟମ, ବିମାନବନ୍ଦର, ଗାନ୍ଧୀ ଆଶ୍ରମ ସୁରକ୍ଷା ପାଇଁ ନିୟୋଜିତ ହେବେ । ପ୍ରତ୍ୟେକ ସ୍ଥାନରେ ସିସିଟିଭି ଲଗାଯିବ ।

Leave A Reply

Your email address will not be published.