ଚଣ୍ଡିଗଡ: ଗୋଟିଏ ପଟେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଚିନ୍ତାରେ ଥିବା ବେଳେ ଏହାକୁ ରୋକିବା ପାଇଁ ବାଟ ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ମହାଲି ଆଇଜରର ଡାକ୍ତର ସମ୍ରାଟ ଘୋଷ ଏହି ମାରାତ୍ମକ ରୋଗରୁ ବଂଚିବାର ବାଟ ବାହାର କରିଛନ୍ତି । ତାଙ୍କ ମତରେ ପ୍ରତି ଦିନ ନିଜ ଘରକୁ ଭାକ୍ୟୁମ କ୍ଲିନର୍ ଦ୍ୱାରା ସଫା କଲେ ବହୁ ପ୍ରକାର ଭୂତାଣୁ ଜନ୍ମ ରୋକାଯାଇ ପାରିବ । ଏହା ସହ କରୋନା ଭୂତାଣୁକୁ ବ୍ୟାପିବାରୁ ରୋକାଯାଇପାରିବ ବୋଲି ସେ କହିଛନ୍ତି । ଏହି ମାରାତ୍ମକ ଭୂତାଣୁକୁ ରୋକିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକ ଦିନ ରାତି ଏକ କରି ଗବେଷଣାରେ ଲାଗିଛନ୍ତି । ବର୍ତମାନ ସୁଦ୍ଧା ଏହାକୁ ପ୍ରତିହତ କରିବା ଭଳି କୌଣସି ଔଷଧ ତିଆରି କରାଯାଇ ପାରି ନାହିଁ । ତେବେ ଗବେଷଣାରୁ ଏତିକି ସ୍ପଷ୍ଟ ହୋଇଛି ଯେ, କରୋନା ଭାଇରସ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ସେମାନଙ୍କୁ ଆକ୍ରମଣ କରିଥାଏ । ତେଣୁ ଭୂତାଣୁ ଆକ୍ରମଣକୁ ରୋକିବା ସହ ନିଜର ଇମ୍ୟୁନି ସିଷ୍ଟମକୁ ବଢାଇବା ଜରୁରୀ ବୋଲି ଡାକ୍ତର ସମ୍ରାଟ ଘୋଷ କହିଛନ୍ତି । ତେଣୁ ଏହା ପ୍ରଭାବରୁ ବଂଚିବାର ବାଟ ହେଉଛି ସଫା ରହିବା । ଭାକ୍ୟୁମ କ୍ଲିନର ଜରିଆରେ ସଫା ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଲୁଣ ପାଣିରେ ନିଜ ଘରକୁ ସଫା କରିବାକୁ ସେ କହିଛନ୍ତି ।
BREAKING NEWS
- ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବଢିଲା
- ଅଲଗା ହେବେ ଧନୁଷ ଓ ଐଶ୍ବର୍ଯ୍ୟା, ୨୭ରେ ଶୁଣାଣି
- ଆସନ୍ତୁ ଜାଣିବା ମେସି, ରୋନାଲ୍ଡୋଙ୍କଠାରୁ କେଉଁ ଫୁଟବଲ ଖେଳାଳି ଅଧିକ ଧନୀ
- ଫିଲ୍ମ ସେଟରେ ମହିଳାଙ୍କ ସୁରକ୍ଷାକୁ ନେଇ ଭୁମି ପେଡନେକର କଲେ ବଡ ଖୁଲାସା..
- ଅଷ୍ଟ୍ରେଲିଆରେ ଆଜି ପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ ଟିମର ପ୍ରଦର୍ଶନ
- ଭୟଙ୍କର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ; ବଦଳିଲା କର୍ମଚାରୀଙ୍କ ଅଫିସ୍ ସମୟ
- ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
- ବିବାହରେ ସୁନା ଖଚିତ ଶାଢୀ ପିନ୍ଧିବେ ଶୋଭିତା
- ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ: ମନ୍ତ୍ରୀ
- ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ, ୩୮ ମୃତ
Comments are closed.