ଚଣ୍ଡିଗଡ: ଗୋଟିଏ ପଟେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଚିନ୍ତାରେ ଥିବା ବେଳେ ଏହାକୁ ରୋକିବା ପାଇଁ ବାଟ ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ମହାଲି ଆଇଜରର ଡାକ୍ତର ସମ୍ରାଟ ଘୋଷ ଏହି ମାରାତ୍ମକ ରୋଗରୁ ବଂଚିବାର ବାଟ ବାହାର କରିଛନ୍ତି । ତାଙ୍କ ମତରେ ପ୍ରତି ଦିନ ନିଜ ଘରକୁ ଭାକ୍ୟୁମ କ୍ଲିନର୍ ଦ୍ୱାରା ସଫା କଲେ ବହୁ ପ୍ରକାର ଭୂତାଣୁ ଜନ୍ମ ରୋକାଯାଇ ପାରିବ । ଏହା ସହ କରୋନା ଭୂତାଣୁକୁ ବ୍ୟାପିବାରୁ ରୋକାଯାଇପାରିବ ବୋଲି ସେ କହିଛନ୍ତି ।
ଏହି ମାରାତ୍ମକ ଭୂତାଣୁକୁ ରୋକିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକ ଦିନ ରାତି ଏକ କରି ଗବେଷଣାରେ ଲାଗିଛନ୍ତି । ବର୍ତମାନ ସୁଦ୍ଧା ଏହାକୁ ପ୍ରତିହତ କରିବା ଭଳି କୌଣସି ଔଷଧ ତିଆରି କରାଯାଇ ପାରି ନାହିଁ । ତେବେ ଗବେଷଣାରୁ ଏତିକି ସ୍ପଷ୍ଟ ହୋଇଛି ଯେ, କରୋନା ଭାଇରସ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ସେମାନଙ୍କୁ ଆକ୍ରମଣ କରିଥାଏ । ତେଣୁ ଭୂତାଣୁ ଆକ୍ରମଣକୁ ରୋକିବା ସହ ନିଜର ଇମ୍ୟୁନି ସିଷ୍ଟମକୁ ବଢାଇବା ଜରୁରୀ ବୋଲି ଡାକ୍ତର ସମ୍ରାଟ ଘୋଷ କହିଛନ୍ତି । ତେଣୁ ଏହା ପ୍ରଭାବରୁ ବଂଚିବାର ବାଟ ହେଉଛି ସଫା ରହିବା । ଭାକ୍ୟୁମ କ୍ଲିନର ଜରିଆରେ ସଫା ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଲୁଣ ପାଣିରେ ନିଜ ଘରକୁ ସଫା କରିବାକୁ ସେ କହିଛନ୍ତି ।
BREAKING NEWS
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- ୧,୦୦୦ ମେଟ୍ରିକ୍ ଟନ୍ ସ୍ୱାସ୍ଥ୍ୟକର ଚାଉଳ ପାଇଁ ୪ ଏମଓୟୁ ସ୍ୱାକ୍ଷରିତ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର

Comments are closed.