Latest Odisha News

BREAKING NEWS

ଲକ୍‌-ଡାଉନରେ ଲୁଡୁ ଖେଳ, କାଶ ହେବାରୁ ଗୁଳିମାଡ !

ଉତ୍ତର ପ୍ରଦେଶ: ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଲକ୍‌-ଡାଉନକୁ ବେଖାତିର କରି ଚାଲିଥିଲା ଲୁଡୁ ଖେଳ । ହେଲେ ମଝିରେ ଜଣେ ଖେଳାଳିଙ୍କୁ କାଶ ହେବାରୁ ବିପକ୍ଷ ଖେଳାଳି କରିଥିଲା ଗୁଳିମାଡ ।

ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ରାତିରେ ଦୟାନଗର ଗାଁ ର ପ୍ରଶାନ୍ତ କୁମାର ଗୁଳିମାଡ ଖାଇ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ।

ସୂଚନା ଅନୁଯାୟୀ ପ୍ରଶାନ୍ତ ନିଜ ସାଙ୍ଗ ଜୟବୀର ସହ ଗାଁ ମନ୍ଦିର ପିଣ୍ଡାରେ ବସି ଲୁଡୁ ଖେଳୁଥିଲେ । ହଠାତ୍ ସେହି ସମୟରେ ପ୍ରଶାନ୍ତ କାଶିଦେଇଥିଲେ । ବାସ୍ ଏତିକିରେ କ୍ରୋଧ ସମ୍ଭାଳିନପାରି ଜୟବୀର ତାଙ୍କ ଉପରେ କରିଥିଲା ଗୁଳିମାଡ ।

ଘଟଣାସ୍ଥଳରୁ କୌଣସି ମତେ ପ୍ରଶାନ୍ତ ଖସିଆସିଥିଲାବେଳେ ଫେରାର ଅଛି ଅଭିଯୁକ୍ତ ଜୟବୀର । ତେବେ ଡାକ୍ତରୀ ରିପୋର୍ଟରେ ପ୍ରଶାନ୍ତଙ୍କ ନିକଟରେ କୋଭିଡ-୧୯ର କୌଣସି ଲକ୍ଷଣ ନାହିଁ ।

ପୂର୍ବରୁ ଗୌତମ ବୁଦ୍ଧ ନଗର ଜିଲ୍ଲାରେ ୮୦ଟି ମାମଲା ସାମ୍ନାକୁ ଆସିଥିବାରୁ ଉତ୍ତର ପ୍ରଦେଶ ସରକାର ଏହି ଜିଲ୍ଲାକୁ କୋଭିଡ୍‌-୧୯ ହଟ୍‌ସ୍ପଟ୍ ଭାବେ ଘୋଷଣା କରିଥିଲା ।

Leave A Reply

Your email address will not be published.