Latest Odisha News

BREAKING NEWS

କରୋନା ବିରୋଧରେ ଲଢେଇ: ମଙ୍ଗଳବାରଠୁ ଗଡିବନି ରାଜ୍ୟର କୌଣସି ବସ୍

ଭୁବନେଶ୍ୱର : କୋଭିଡ-୧୯ ସହ ମୁକାବିଲା ପାଇଁ ତତ୍ପର ରାଜ୍ୟ ସରକାର । ଜରୁରୀକାଳୀନ ସ୍ଥିତରେ ବିଭିନ୍ନ ବିଭାଗକୁ ମିଳୁଛି ରୋକ୍‌ଠୋକ୍‌ ନିର୍ଦ୍ଦେଶ । କରୋନାଭାଇରସ୍‌ ବିରୋଧରେ ସାମାଜିକ ଦୂରତା ଓ ସଙ୍ଗରୋଧକୁ ଅବଲମ୍ବନ କରିବା ପାଇଁ ରାଜ୍ୟ ମଧ୍ୟରେ ସମସ୍ତ ବସ୍ ଚଳାଚଳ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର ।

ମଙ୍ଗଳବାରଠୁ ସମସ୍ତ ବସ ସେବା ବନ୍ଦ ହେବା ନେଇ ଓଡିଶା ସରକାର ମୁଖପାତ୍ର ସୁବ୍ରତ ବାଗଚୀ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ୧୧ଟାରୁ ରାଜ୍ୟର ସାଧାରଣ ବସ୍ ସେବା ବନ୍ଦ ରହିବ । ଅନ୍ୟପଟେ ସହରାଂଚଳରେ ଚାଲୁଥିବା ସିଟିବସ୍ ସେବା ଆଜି ମଧ୍ୟରାତ୍ରୀରୁ ବନ୍ଦ ରହିବ ।

କରୋନାଭାଇରସ୍‌କୁ ମୁକାବିଲା କରିବା ପାଇଁ ଓଡିଶା ସରକାର ବିଭିନ୍ନ ପଦକ୍ଷେପ ନେଇଥିଲାବେଳେ ସରକାରୀ ନିର୍ଦ୍ଦେଶକୁ ମାନିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.