Latest Odisha News

BREAKING NEWS

କରୋନା ବିରୋଧରେ ଲଢେଇ: ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର୍‌

ନୂଆଦିଲ୍ଲୀ: ହୋମ୍ କ୍ୱାରେଣ୍ଟାଇନ୍ ବା ଘରେ ସଂଗରୋଧ ଅବସ୍ଥାରେ ରହିଥିବା ବ୍ୟକ୍ତିବିଶେଷ ଯେପରି ବାହାରେ ବୁଲାବୁଲି ନ’କରନ୍ତି ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ାକଡ଼ି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହି ନିୟମକୁ କିପରି କଡ଼ାକଡ଼ି ପାଳନ କରାଯିବ ତାହାର ଦାୟିତ୍ୱ ସମସ୍ତ ଜିଲ୍ଲା ପ୍ରଶାସନ ନେବେ ବୋଲି ସୂଚନା ମିଳିଛି ।

କରୋନା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ ସଂଗରୋଧରେ ଥିବା ବ୍ୟକ୍ତି ବିଶେଷଙ୍କ ଘର ଆଗରେ ଷ୍ଟିକର ଲଗାଇବେ । ଯେଉଁମାନେ ଘରେ ସଂଗରୋଧ ହୋଇ ରହିଛନ୍ତି ସେମାନଙ୍କ ଘରକୁ ବାହାର ଲୋକ ଯାଇପାରିବେ ନାହିଁ ଏବଂ ଏହାକୁ ଜିଲ୍ଲା ପ୍ରଶାସନ ନଜର ରଖିବେ ବୋଲି ସୂଚନା ମିଳିଛି ।

– ଯେଉଁ ଘର ଗୁଡ଼ିକୁ ହୋମ କ୍ୱାରେଣ୍ଟାଇନ କରାଯାଇଛି ସେହି ଘର ଆଗରେ ଷ୍ଟିକର ଲଗାଇବେ ଜିଲ୍ଲା ପ୍ରଶାସନ ।

– ଏହି ଷ୍ଟିକର ଉପରେ ସଂଗରୋଧର ଅବଧି ସହିତ ବାସଗୃହ ତଥା କର୍ତ୍ତାଙ୍କ ପରିବାର ସଦସ୍ୟଙ୍କ ନାମ ରହିବ ।

– ଯେଉଁ ଘର ସମ୍ମୁଖରେ ଷ୍ଟିକର୍ ଲାଗିଥିବା ସେହି ଘରକୁ ବାହାର ଲୋକ ଯାଇପାରିବେ ନାହିଁ ।

– କୌଣସି ଗଣମାଧ୍ୟମର ପ୍ରତିନିଧୀମାନେ ଘର ନିକଟକୁ ଯାଇପାରିବେ ନାହିଁ କିମ୍ବା ଏହି ଘର ଗୁଡ଼ିକ ବିଷୟରେ ସମ୍ବାଦ ପରିବେଷଣ କରିବେ ନାହିଁ ।

– ସ୍ଥାନୀୟ ପୋଲିସ ଏହି ଘର ଗୁଡ଼ିକ ସମ୍ପର୍କରେ ବିବରଣୀ ରଖିବେ ।

– ଏଥିନିମନ୍ତେ ସମସ୍ତ ନିର୍ଦ୍ଦେଶ ଗୁଡ଼ିକ ଜିଲ୍ଲା ମାଜିଷ୍ଟ୍ରେଟ ଓ ମ୍ୟୁନିସିପାଲ କମିଶନରଙ୍କ ଦ୍ୱାରା ତଦାରଖ କରାଯିବ ।

– ଏହି ଘରକୁ ଆବଶ୍ୟକୀୟ ପଦାର୍ଥ ବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡ଼ିକୁ ଜିଲ୍ଲା ପ୍ରଶାସନ ଯୋଗାଇଦେବେ ।

Leave A Reply

Your email address will not be published.