Latest Odisha News

କରୋନାକୁ ବଳିଗଲେ ୧୦ ଅଭିଯୁକ୍ତ; ନାବାଳିକା ସହ ଗଣଦୁଷ୍କର୍ମ !

ନୂଆଦିଲ୍ଲୀ: ଝାଡଖଣ୍ଡର ଡୁମ୍‌କା ଜିଲ୍ଲାରେ ନାବାଳିକା ସହ ଗଣଦୁଷ୍କର୍ମ । ଜଣେ କି ଦୁଇଜଣ ନୁହେଁ ଦଶଦଶଜଣଙ୍କ ସଇତାନୀ ଦିମାଗ ଆଗରେ ହାର୍ ମାନିଥିଲା ନୀରିହ ନାବାଳିକା ।

ସାରା ଦେଶରେ ଲକ୍‌-ଡାଉନ୍ ନିର୍ଦ୍ଦେଶ । ବାହାରେ ଭଡା ଘରେ ରହି ପାଠୁ ପଢୁଥିବା ଜଣେ ନାବାଳିକା ଘରେ ପହଂଚିବା ପାଇଁ ଜଣେ ସାଙ୍ଗର ସହାୟତା ଲୋଡିଥିଲା । ହେଲେ କରୋନାଭାଇରସ୍‌ଠାରୁ ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇଥିଲା ନାବାଳିକାର ବନ୍ଧୁ ।

ମୁଖ୍ୟ ରାସ୍ତାରେ ଗଲେ ପୋଲିସ ଧରିବ । କିଛି ଏପରି କହି ନାବାଳିକାକୁ ଜଙ୍ଗଲ ଭିତରେ ସର୍ଟକଟ ମାରିଥିଲା ବନ୍ଧୁ ରୂପି ସାଇତାନ୍ । ପରେ ପରିସ୍ରା ଯିବା ବାହାନାରେ ନାବାଳିକାର ସଇତାନ ବନ୍ଧୁ ନିଜର ଅନ୍ୟ ୯ ଜଣ ବନ୍ଧୁଙ୍କୁ ସେଠାକୁ ଡାକିଥିଲା ।

ଏହାପରେ ବଦଳିଯାଇଥିଲା ବନ୍ଧୁର ସଂଜ୍ଞା । ନୀରିହ ନାବାଳିକା ଯେତେ ନେହୁରା ହୋଇଥିଲେ ବି ୧୦ଜଣଙ୍କ ଗଣଦୁଷ୍କର୍ମରୁ ବଂଚିପାରିନଥିଲେ । ରାତିସାରା ନାବାଳିକା ବେହୋଶ ହୋଇ ପଡିରହିବା ପରେ ସକାଳେ ହସ୍ପିଟାଲରେ ପୋଲିସ ତାଙ୍କ ବୟାନ ରେକର୍ଡ କରିଥିଲା ।

ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ ଘଟଣାଟି ଗୁରୁବାର ୨୪ତାରିଖରେ ଘଟିଥିଲାବେଳେ ଗୋପିକନ୍ଦର ପୋଲିସ ଛାନଭିନ୍ କରିବା ସହ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ତନାଘନା ଚଳାଇଛି ।

Leave A Reply

Your email address will not be published.