Latest Odisha News

BREAKING NEWS

କରୋନା ଭାଇରସ: ଇରାନରୁ ଫେରିଲେ ୫୮ ଭାରତୀୟ

ନୂଆଦିଲ୍ଲୀ: ଚୀନରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ ଏବେ ଇରାନ ଓ ଇଟାଲୀରେ ହାହାକାର ସୃଷ୍ଟି କରିଛି । ଇରାନରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ସୋମବାର ଦିନ ୨୩୭ରେ ପହଞ୍ଚିଛି । ଏହା ମଧ୍ୟରେ ଇରାନରେ ଫସିରହିଥିବା ଭାରତୀୟଙ୍କ ଉଦ୍ଧାର କରାଯାଇଛି । ୫୮ଜଣଙ୍କ ପ୍ରଥମ ବ୍ୟାଚ ଗାଜିୟାବାଦର ହିଣ୍ଡନ ଏୟ।।ବେସକୁ ପହଂଚିଯାଇଛନ୍ତି । ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବାୟୁସେନା ବିମାନ ସି-୧୭ ଗ୍ଲୋବମାଷ୍ଟର ଇରାନ ଯିବା ନେଇ ବୈଦେଶିକ ମନ୍ତ୍ରୀ ସୂଚନା ଦେଇଥିଲେ । ଭାରତୀୟ ବାୟୁସେନା ବିମାନ ସି-୧୭ଗ୍ଲୋବମାଷ୍ଟର ବିମାନ ସୋମବାର ଦିନ ଇରାନକୁ ଉଦ୍ଧାର ପାଇଁପଠାଯାଇଥିଲା ।

ଉଦ୍ଧାର ହୋଇଥିବା ଭାରତୀୟ ଧାର୍ମିକ ଯାତ୍ରାରେ ଇରାନ ଯାଇଥିଲେ । ଏହାମଧ୍ୟରେ ଇରାନରେ କରୋନା କାୟା ବିସ୍ତାର କରିଛି, ସେଥିପାଇଁ ଆତଙ୍କ ସୃଷ୍ଟି ହୋଇଗଲା । ଭାରତ ସରକାର ମଧ୍ୟ ସତର୍କ ହୋଇଗଳେ ଓ ଇରାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କଲେ ।

Leave A Reply

Your email address will not be published.