Latest Odisha News

BREAKING NEWS

କେରଳ ପରେ ପୁଣେକୁ ବ୍ୟାପିଲା କରୋନା ଭାଇରସ, ୨ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ମଙ୍ଗଳବାର ଦିନ ପୁଣେରେ ଆଉ ୨ ଜଣଙ୍କୁ ଚିହ୍ନଟ କରାଯାଇଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ୨ ଜଣ ନିକଟ ଅତୀତରେ ୟୁନାଇଟେଡ୍ ଷ୍ଟେଟରୁ ଫେରିଥିଲେ । ଏହି ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସମୟରେ ଏକ ସ୍ଥାନୀୟ ମେଡିକାଲର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ ଏମାନଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଁଚିଛି । ପୂର୍ବରୁ କେରଳରେ ୫ ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ ।

ସେହିପରି ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୧୩୬କୁ ଛୁଇଁଛି । ଏଥିସହିତ ୧ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.