Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୦-୩-୨୦୨୦ ମଙ୍ଗଳବାର

ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ 
 ତା ୧୦ ରିଖ ମଙ୍ଗଳବାର କୁମ୍ଭ ୨୭ ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର    
 ଘାତ ବାର-:  ମକର ରାଶିର
ଘାତ ଚନ୍ଦ୍ର: ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର
 ଆଜି:  ପାଣି କଖାରୁ ଖାଇବା ନିଷେଧ
ମେଷ:

ଆଜି ଆପଣଙ୍କୁ ସଫଳତା ମିଳିବ ନାହିଁ ନିର୍ମାଣଧୀନନ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।

ବୃଷ:
ଆଜି ଆର୍ଥିକ ସହାୟତା ମିଳିବ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ଯାଦା ବୃଦ୍ଧି ପାଇବ ।ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।

ମିଥୁନ:
ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ ।କଳେ ବଳେ କୌଶଳରେ ଅର୍ଥ ପ୍ରାପ୍ତି ହେବ ।ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅଗ୍ରଗତି କରିବେ ।ଲୋକ ସମ୍ପର୍କ ବୃଦ୍ଧି ପାଇବ ।ମହିଳାମାନେ ଆମୋଦ ପ୍ରମୋଦରେ ଦିନଟିଅତିବାହିତ କରିବେ ।

କର୍କଟ:
ଦୁସାହାସିକ ପଦକ୍ଷେପ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଯାନବାହନ ଲାଭର ଯୋଗ ରହିଛି ।ଶାରୀରିକ ପୀଡା ଦେଖା ଦେଇପାରେ ।ମହିଳାମାନେ ଚେଷ୍ଟା କରୁଥିବା କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।

ସିଂହ:
ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।ବ୍ଯବସାୟରେ ଆଯ ବୃଦ୍ଧି ଘଟିବ ।ରାଜନେତାମାନେ ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ।

କନ୍ୟା:
ଆଜି ଆପଣଙ୍କୁ କେହି ଜଣେ ବ୍ୟକ୍ତି ସାହାଯ୍ୟ କରିବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।

ତୁଳା:
ପରିବାରରେ ସୁସମ୍ପର୍କ ରହିବ ନାହିଁ ।ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ଶରୀରରେ ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।

ବିଛା:
କର୍ମରେ ସଫଳତା ମିଳିବ । ଦୂର ସ୍ଥାନକୁ ଯାତ୍ରା କରିବାକୁ ସୁଯୋଗ ମିଳିବ ।ଘରୋଇ ସମସ୍ଯା ମନକୁ ଭାରାକ୍ରାନ୍ତ କରାଇବ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ଆଶା କରୁଥିବା ଦିଗରୁ ସଫଳତା ପାଇବେ ନାହିଁ ।

ଧନୁ:
ବିଭିନ୍ନ ସମସ୍ଯାକୁ ନେଇ ଚିନ୍ତିତ ହେବେ ।ପ୍ରତିଯୋଗିତାରେ ଅଂଶଗ୍ରହଣ ପରାଜିତ ହେବେ ।ବ୍ଯବସାୟରେ ବାଧା ବିଘ୍ନ ଦେଖା ଦେଇପାରେ ।ପଡୋଶୀମାନଙ୍କ ସହ କଳହ ସୃଷ୍ଟି ହୋଇ ପାରେ।

ମକର:
ସନ୍ତାନ ସନ୍ତତି ମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ହେବେ ।କର୍ମ କ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନ ପ୍ରତିଷ୍ଠା ମିଳିବ ।ବହୁ ବିଳମ୍ବରେ ହେଉ ପଛେ ଶେଷରେ ବିଜୟ ଲାଭ କରିବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ।

କୁମ୍ଭ:
ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ।ନୂତନ ନିୟମ ପ୍ରଣୟନ କରି ପ୍ରଶଂସିତ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ଦେବ ଦର୍ଶନର ସୁଯୋଗ ରହିଛି ।

ମୀନ:
ଆଜି ଆପଣଙ୍କୁ ସଫଳତା ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ ।ବ୍ଯବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।ଶରୀର ସୁସ୍ଥ ରହିବ। ମହିଳାମାନେ ଗୃହ କର୍ମରେ ଲିପ୍ତ ରହିବେ ।

ଆଜି ଦିନର ମହତ୍ତ୍ୱ

 

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Leave A Reply

Your email address will not be published.