Latest Odisha News

BREAKING NEWS

ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ଟପିଲା, ୨୨% ଆରୋଗ୍ୟ

ୱାଶିଂଟନ: ସାରା ବିଶ୍ୱରେ କରୋନାଭାଇରସ ମହାମାରୀ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ଟପିଛି । ପାଖାପାଖି ୨୨% ଅର୍ଥାତ ୧୩୧,୦୦୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ଜୋନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟ ସୂତ୍ରରୁ ଜଣାପଡିଛି ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଆମେରିକା ଚୀନ ଓ ଇଟାଲୀକୁ ଟପିଯାଇଛି । ବର୍ତ୍ତମାନ ଆମେରିକାରେ ପାଖାପାଖି ୧୦୪,୮୦୦ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହା ତଳକୁ ଇଟାଲୀ ଅଛି । ଯେଉଁଠି ସଂକ୍ରମିତଙ୍କ ସଂଖ୍ୟା ୮୬,୫୦୦ ।

ଚୀନରେ ପାଖାପାଖି ୮୨,୦୦୦, ସ୍ପେନରେ ୬୫,୭୦୦, ଜର୍ମାନୀରେ ୫୩,୩୦୦, ଫ୍ରାନ୍ସରେ ପାଖାପାଖି ୩୩,୪୦୦, ଇରାନରେ ୩୨,୩୦୦ ହୋଇଥିବା ବେଳେ ଇଂଲଣ୍ଡରେ ୧୪,୭୦୦ ଏବଂ ସ୍ୱିଜରଲାଣ୍ଡରେ ପାଖାପାଖି ୧୩, ୦୦୦ କରୋନା ଦ୍ୱାରା ସଂକ୍ରମିତ ଥିବା ଜଣାପଡିଛି ।

Leave A Reply

Your email address will not be published.