Latest Odisha News

BREAKING NEWS

ଷ୍ଟ୍ରିଟ ଭେଣ୍ଡରଙ୍କୁ ମିଳିବ ୩ ହଜାର ଟଙ୍କା, ନିରାଶ୍ରୟଙ୍କୁ ମିଳିବ ରନ୍ଧାଖାଦ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ଯୋଗୁଁ ୨୧ ଦିନ ପାଇଁ ସାରା ରାଜ୍ୟରେ ଜାରି ରହିଛି ଲକ ଡାଉନ । ତେବେ ଏହି ସଂଗ୍ରାମ ଗରିବ ଲୋକ, ମଜଦୁର ଭାଇ ଭଉଣୀଙ୍କ ରୋଜାଗାର ଉପରେ ବିଶେଷ ପ୍ରଭାବ ପକାଇଛି । ଏହାରି ଭିତରେ ସେମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୧୪ଟି ପୌରାଂଚଳର ଷ୍ଟ୍ରିଟ ଭେଣ୍ଡରମାନଙ୍କ ପାଇଁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ନବୀନ । ଏହାଦ୍ୱାରା ରାଜ୍ୟର ୬୫ ହଜାର ପଞ୍ଜିକୃତ ଷ୍ଟ୍ରିଟ ଭେଣ୍ଡରମାନେ ଉପକୃତ ହୋଇପାରିବେ ।

ଏଥିସହ ପ୍ରତି ପଂଚାୟତର ଶହେରୁ ଦୁଇ ଶହ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଯେଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏସ୍‌ଏଚ୍‌ଜି ଜରିଆରେ ଖାଦ୍ୟ ରୋଷେଇ ହେବ । ଲୋକେ ଏହି ରନ୍ଧାଖାଦ୍ୟକୁ ଘରକୁ ନେଇ ଖାଇପାରିବେ । ଏହାଦ୍ୱାରା ଦଶ ଲକ୍ଷ ଗରିବ ଓ ନିରାଶ୍ରୟ ଲୋକ ଉପକାର ପାଇବେ ବୋଲି ନବୀନ କହିଛନ୍ତି । ଏଥିସହ ନବୀନ ପୁଣି ଥରେ ଲୋକଙ୍କୁ ଘରେ ରୁହନ୍ତୁ, ସାବୁନରେ ହାତ ଧୁଅନ୍ତୁ ଓ କରୋନାକୁ ହରାନ୍ତୁ ବୋଲି ଅନୁରୋଧ କରିଛନ୍ତି ।
ଗତକାଲି ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ତିନି ମାସର ରାସନ, ଚାରି ମାସର ଭତ୍ତା ସହିତ ଅନ୍ୟ ସହାୟତା ଘୋଷଣା କରିଥିଲେ ।

Leave A Reply

Your email address will not be published.