Latest Odisha News

କରୋନା ଅପଡେଟ୍‌: ଦେଶରେ ମୃତକଙ୍କ ସଂଖ୍ୟା ୬୮କୁ ବୃଦ୍ଧି, ୨୯୦୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୨୯୦୨ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୬୫୦ଟି ଆକ୍ଟିଭ କେସ୍ ଏବଂ ୧୮୩ ଜଣ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।

ଏତଦବ୍ୟତିତ କରୋନାଭାଇରସ ସଂକ୍ରମଣରେ ଦେଶରେ ଏପର୍ଯ୍ୟନ୍ତ ମୋଟ୍ ୬୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଜାରି କରାଯାଇଛି ।

ବର୍ତ୍ତମାନ ସମୟରେ ଏହି କରୋନା ଭୂତାଣୁ ଇଂଲଣ୍ଡ, ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୨୦୦ରୁ ଅଧିକ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.