Latest Odisha News

BREAKING NEWS

ରାଉରକେଲାରେ ଲକଡାଉନ; ଘର ଘର ବୁଲି ‘ହୋମ୍ ସର୍ଭିସ୍‌’ ଦେଲେ ଭଣ୍ଡାରୀ

ରାଉରକେଲା: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ ରାଉରକେଲାର ଭଣ୍ଡାରୀମାନେ ନିଜ ଜୀବିକା ବଞ୍ଚାଇବା ଲାଗି ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ରାଉରକେଲାର ଭଣ୍ଡାରୀ ସଂଘ ପକ୍ଷରୁ ସହରରେ ଏବେ ‘ହୋମ୍ ସର୍ଭିସ୍‌’ ସେବା ଆରମ୍ଭ କରାଯାଇଛି । ଯାହାଫଳରେ ସେମାନେ ଘର ଘର ବୁଲି ଲୋକଙ୍କୁ ସେବା ଯୋଗାଇବା ସହ କିଛି ଅର୍ଥ ରୋଜଗାର କରିପାରିବେ ।

ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍ (ଆରଏମସି) ସହିତ ଏନେଇ ଆଲୋଚନା କରିବା ପରେ ଆସୋସିଏସନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ‘ହୋମ୍ ସର୍ଭିସ୍‌’ସେବା ଯୋଗାଇବା ପାଇଁ ଆସୋସିଏସନ ଲୋକମାନଙ୍କୁ ମୋବାଇଲ୍ ନମ୍ବର ୯୩୩୭୪୦୦୮୯୮/୯୩୩୭୪୦୦୮୯୧/୮୮୯୫୯୮୮୫୪୧ ରେ କଲ କରିବାକୁ ଅନୁରୋଧ କରିଛି। ଯୋଜନା ମୁତାବକ କଲ୍ ପାଇବା ପରେ, ଭଣ୍ଡାରୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଘରକୁ ଯିବା ସହ ସେବା ପ୍ରଦାନ କରିବେ।

ଆରଏମସିର ପ୍ରାଧିକରଣରେ କେବଳ ଏହି ସେବା ଉପଲବ୍ଧ ହେବ।

Leave A Reply

Your email address will not be published.