Latest Odisha News

ଡରାଇଲାଣି କରୋନା: ୨୪ ଘଣ୍ଟାରେ ୧୨,୫୯୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:ଡରାଇଲାଣି କରୋନା । ମାଡିଚାଲିଛି ସଂକ୍ରମଣ , ବଢି ଚାଲିଛି ରୋଗୀ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨, ୫୯୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୬୫, ୨୮୬ରେ ପହଞ୍ଚିଛି ।

BjdElectrycity

ମୃତ୍ୟୁ ସଂଖ୍ୟା ବି ଡରିବା ପରି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଏହା ବାଦ କେରଳରେ ୧୧ ଜଣ ପୁରୁଣା ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଦିନକରେ ମୋଟ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଛି ।   କେବଳ ଦିଲ୍ଲୀରେ  ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଉତ୍ତରପ୍ରଦେଶରୁ ୪ ଏବଂ ମହାରାଷ୍ଟ୍ରରୁ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ସେପଟେ ଦିନକରେ ସୁସ୍ଥ ହୋଇଛନ୍ତି ୧୦ ହଜାର ୮୨୭ ଆକ୍ରାନ୍ତ । ସ୍ଥିତିକୁ ଦେଖି ଲୋକଙ୍କୁ ସତର୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ଅପିଲ କରାଯାଇଛି । କୋଭିଡ ପ୍ରୋଟକଲ ମାନିବାକୁ ମଧ୍ୟ କୁହାଯାଇଛି ।

ଏହାକୁ ମିଶାଇଲେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୪.୪୮କୋଟିରେ ପହଞ୍ଚିଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୧ ହଜାର ୨୩୦ରେ ପହଞ୍ଚିଛି । ତେବେ ସବୁଠାରୁ ଚିନ୍ତାର କାରଣ ହେଉଛି, ଗତ ୮ ମାସ ମଧ୍ୟରେ ଗତକାଲି  ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଦେଶରେ ଦୈନିକ ପଜିଟିଭିଟି ହାର୫.୪୬ ପ୍ରତିଶତ ଥିବାବେଳେ ସାପ୍ତାହିକ ହାର ୫.୩୨ ରହିଛି । ସେହିପରି କରୋନର ରିକଭରି ହାର ୯୮.୬୭ ପ୍ରତିଶତ ରହିଛି ।

Leave A Reply

Your email address will not be published.